Hot Posts

6/recent/ticker-posts

ମା’ ବ୍ରହ୍ମାଣୀ ପୀଠର ପୋଖରୀରେ ଦୁଇ ଛାତ୍ରଙ୍କ ସନ୍ଦେହ ଜନକ ମୃତଦେହ,

ମହାକାଳପଡ଼ା, ୫/୦୩: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅଧିନ ମାର୍ଶାଘାଇ ଥାନା କ୍ଷେତ୍ରରେ ଜଣାଶୁଣା ମା’ ବ୍ରହ୍ମାଣୀ ପୀଠର ପୋଖରୀରେ ଦୁଇ ଛାତ୍ରଙ୍କ ମୃତଦେହ ମିଳିଥିବା ଘଟଣା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ମୃତ ଛାତ୍ରମାନେ ନିକଟ ବାନ୍ଧକୁଦ ଗ୍ରାମର ୧୩ ବର୍ଷିୟ ଦୁର୍ଗା ପ୍ରସାଦ ମହାପାତ୍ର ଏବଂ ଦିପାଂଶୁ ମହାପାତ୍ର, ଯେଉଁମାନେ ସପ୍ତମ ଶ୍ରେଣୀର ପଢ଼ୁଥିଲେ।

ସୂଚନା ଅନୁସାରେ, ସେମାନେ ଟ୍ୟୁସନ ପାଇଁ ବିଦ୍ୟାଳୟକୁ ଯାଇଥିଲେ, ହେଲେ ରାତି ଦଶଟା ଅବଧି ଘରକୁ ଫେରିଲେ ନାହିଁ। ଏହିପରି ଅସମାନ୍ୟ ପରିସ୍ଥିତି ଦେଖି ପରିବାର ଲୋକ ତତ୍ପର ହୋଇ ଗ୍ରାମରେ ତଥା ନିକଟବର୍ତ୍ତୀ ଯଜ୍ଞସ୍ଥଳରେ ଖୋଜିବା ଆରମ୍ଭ କଲେ। ଯେତେବେଳେ କେଉଁଠି ମଧ୍ୟ ସେମାନଙ୍କ ମିଳିଲେ ନାହିଁ, ଗ୍ରାମବାସୀ ନଦୀ କୂଳ ଏବଂ ଅନ୍ୟାନ୍ୟ ସ୍ଥାନରେ ତଦନ୍ତ ଚାଲିଲେ।ଶେଷରେ କିଛି ଯୁବକ ମା’ ବ୍ରହ୍ମାଣୀ ପୀଠ ନିକଟକୁ ଯାଇ ଦେଖିଲେ ଏକ ସାଇକେଲ ଏବଂ ପୋଖରୀ କୂଳରେ ପାଠପଢ଼ିବା ବହି ରହିଛି। ସନ୍ଦେହ ଆଧାରରେ ଚିହ୍ନଟ କଲେ ପୋଖରୀରେ ଚାରି ଫୁଟ ପାଣି ଥିବା ସ୍ଥାନରେ ଦୁଇ ଛାତ୍ରଙ୍କ ପୋଶାକ ଦେଖାଯାଇଥିଲା। ତୁରନ୍ତ ଉଦ୍ଧାର କଲେ ହେଲେ, ସେମାନେ ମୃତ ଥିଲେ। ଏହି ଘଟଣା ରାତି ୧ଟା ସମୟରେ ଘଟିଥିଲା।

ଘଟଣା ସମ୍ପର୍କରେ ମାର୍ଶାଘାଇ ପୋଲିସ ସ୍ଥଳକୁ ପହଞ୍ଚି ମୃତଦେହକୁ ଉଦ୍ଧାର କରି କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସା କେନ୍ଦ୍ରକୁ ପଠାଇଛି। ଏହି ଦୁଃଖଦ ଘଟଣା ହତ୍ୟା ନା ଆତ୍ମହତ୍ୟା—ଏନେଇ ଅନେକ ପ୍ରଶ୍ନ ଉତ୍ତିଳିଛି। ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ରାଉତ କହିଛନ୍ତି, ପୋଲିସ ମାମଲାର ସବିସ୍ତୃତ ତଦନ୍ତ ଆରମ୍ଭ କରିଛି ଏବଂ ପରିବାରକୁ ସରକାରୀ ସହାୟତା ଦେବା ପାଇଁ ପ୍ରଶାସନ ଅବଗତ ହୋଇଛି। ଗ୍ରାମରେ ଶୋକାକୁଳ ପରିବେଶ ରହିଛି।