Hot Posts

6/recent/ticker-posts

କାଲିମେଳାରେ ଗୋ’ଚାଲାଣ ଉଦଘାଟନ , ୬ ଅଟକ, ୫୫ ଗାଈ ଜବତ

କାଲିମେଳା, ୧୩/୩: ପଡ଼ୋଶୀ ରାଜ୍ୟକୁ ଗୋ’ଚାଲାଣ ଦିଗରେ କାଲିମେଳା ହଟସ୍ପଟ ଭାବେ ପରିଣତ ହୋଇଥିବା ବେଳେ, ସ୍ଥାନୀୟ ପୋଲିସ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଚାଲାଇ ୫୫ ଗୋଟି ଗାଈ ଜବତ କରିବା ସହ ୬ ଚାଲାଣକାରୀଙ୍କୁ ଅଟକ କରିଛି।

ଗତକାଲି ବିଳମ୍ବିତ ରାତିରେ, କାଲିମେଳା ପୋଲିସ ରାତ୍ରିକାଳୀନ ଚେକିଂ କାର୍ଯ୍ୟକ୍ରମ ଚଲାଇଥିବା ସମୟରେ ଗୋମ୍ପକୋଣ୍ଡା ଗ୍ରାମ ପଞ୍ଚାୟତର ଏମ.ଭି.୬୬ ଛକ ନିକଟରେ କିଛି ଲୋକ ସନ୍ଦେହଜନକ ଭାବରେ ଗୋ’ଚାଲାଣ କରୁଥିବା ଚିହ୍ନଟ ହୋଇଥିଲେ। ପୋଲିସ ତୁରନ୍ତ ହସ୍ତକ୍ଷେପ କରି, ସେମାନଙ୍କୁ ପଚରାଉଚରା କଲାପରେ ଜାଣିଲେ ଯେ, ଏହି ଗାଈମାନଙ୍କୁ ତେଲଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟକୁ ଚାଲାଣ କରାଯାଉଥିଲା।

ଅଭିଯୁକ୍ତମାନଙ୍କ ପାଖରେ ଗୋ’ଚାଲାଣ ନିମନ୍ତେ କୌଣସି ଆବଶ୍ୟକୀୟ ଲାଇସେନ୍ସ ବା ଆଇନଗତ ପତ୍ର ନଥିଲା। ଏହି କାରଣରୁ, ପୋଲିସ ୬ ଜଣ ଚାଲାଣକାରୀଙ୍କୁ ଅଟକ କରିଥିବା ସହ ସମସ୍ତ ୫୫ ଗାଈକୁ କାଲିମେଳା ଥାନା ପରିସରରେ ରଖିଛି। ଥାନା ପକ୍ଷରୁ ପଶୁମାନଙ୍କୁ ଖାଦ୍ୟ ଯୋଗାଇ ଯଥାଯଥ ପରିଚର୍ଯ୍ୟା କରାଯାଉଛି।ଅଟକ ୬ ଜଣ ଚାଲାଣକାରୀ ମଧ୍ୟରେ,ରାଜୀବ ମଣ୍ଡଳ (୧୯), ପ୍ରଶଂଜିତ ଭୌମିକ (୧୯) – ଏମ.ପି.ଭି-୩୧ ଗ୍ରାମ, ରାମା ମାଡକାମୀ (୧୯), ରମେଶ ମାଢି (୧୯), ଯୋଗେଶ ମାଢି (୧୯) – ଅମ୍ବାଗୁଡା ଗ୍ରାମ, ରାଜୁ କବାସୀ (୨୦) – ନେଲାକୋଟା ଗ୍ରାମ,ଏମାନଙ୍କୁ କାଲିମେଳା ଥାନାରେ ଅଟକ ରଖି ବିଧିବଦ୍ଧ ତଦନ୍ତ ଆରମ୍ଭ କରାଯାଇଛି। ଏଥିସହ ଅନ୍ୟ କିଏ ଏହି ଅପରାଧରେ ଜଡିତ, ଏହା ନେଇ ତଦନ୍ତ ଜାରି ଅଛି।କେସ ନମ୍ବର - ୬୪ ଧାରା - ୩୦୨(୨), ୩(୫) ବିଏନଏସ, ୧୧ ଅନିମଲ ଫ୍ଲୁଏଣ୍ଟି ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା। ତଦନ୍ତ ଏସ.ଆଇ ବିଜୟ କୁମାର ମାଝୀ ଦ୍ୱାରା ଚଳିତ ଅଛି।କାଲିମେଳା ପୋଲିସ ଏପରି ଧରଣର ପ୍ରଥମ ଏବଂ ବଡ଼ ଅଭିଯାନ ଚଲାଇ ଗୋ’ଚାଲାଣ ରୋକଥାମ କରିବାରେ ସଫଳତା ଅର୍ଜନ କରିଛି। ଏହି ଅଭିଯାନ ଅଞ୍ଚଳରେ ଗୋ’ଚାଲାଣ ରୋକଥାମ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।