ସ୍ଥାନୀୟ ସୂଚନା ଅନୁସାରେ, ଅଶୋକ କୁମାର ମଲିକ ଏବଂ ତାଙ୍କ ସ୍ତ୍ରୀ ଘରେ ବାଣ ଭିଡ଼ୁଥିବା ବେଳେ ଅଚାନକ ଭିଷଣ ବିସ୍ଫୋରଣ ଘଟିଥିଲା। ଏହି ଘଟଣା ଏତେ ଶକ୍ତିଶାଳୀ ଥିଲା ଯେ ଘରର ଆଜବେଷ୍ଟସ୍ ଛାତ ଉଡ଼ିଯାଇଥିଲା। ସ୍ଥାନୀୟ ଲୋକମାନେ ଭୟରେ ଘରଛାଡ଼ କରିଥିଲେ।ପୋଲିସ ଅନୁସନ୍ଧାନରେ ଜଣାପଡ଼ିଛି ଯେ ଅଶୋକ ପୂର୍ବରୁ ବେଆଇନ ବାଣ ତିଆରି ଏବଂ ବ୍ୟବସାୟ ସହ ଜଡିତ ଥିଲେ। ସେ ପୂର୍ବରୁ ମଧ୍ୟ ଏହି ଅପରାଧରେ ଗିରଫ ହୋଇଥିଲେ। ଏହି ବିସ୍ଫୋରଣ ପରେ, ପୋଲିସ ଘଟଣାସ୍ଥଳରେ ଛାନବିନ ଜାରି ରଖିଛି ଏବଂ ଅଶୋକଙ୍କ ପୂର୍ବତନ କାରବାର ନେଇ ତଦନ୍ତ ଆରମ୍ଭ କରିଛି।ଏହି ଅଚାନକ ଘଟଣା କାରଣରେ ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ଗାଁବାସୀମାନେ ଅପରାଧୀମାନଙ୍କ ବେଆଇନ କାରବାରକୁ ନେଇ ପୋଲିସ ଦ୍ୱାରା କଡା ପଦକ୍ଷେପ ନିଆଯିବା ଦାବି କରିଛନ୍ତି। ଏବେ ଦେଖିବାକୁ ହେବ, ଏହି ଘଟଣା ଅନୁସନ୍ଧାନ କେଉଁ ଦିଗକୁ ଯାଏ।