Hot Posts

6/recent/ticker-posts

ଓଡିଶାରେ ଆସୁଛି କାଳବୈଶାଖୀ, ତାତି କମିବ, ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧୮/୩ : ଓଡିଶାରେ ଆସନ୍ତା କିଛି ଦିନ ଧରି କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ। ଗୁରୁଚାପ ବଳୟ ଏବଂ ଟ୍ରାପ୍ ଲାଇନ୍ ପ୍ରଭାବରେ ୨୦ରୁ ୨୬ ମାର୍ଚ୍ଚ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ଝଡ଼ ପବନ ସହ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ମତାନୁସାରେ ୨୦ରୁ ୨୨ ମାର୍ଚ୍ଚ ମଧ୍ୟରେ ଏହାର ପ୍ରଭାବ ଅଧିକ ରହିବ।

ଓଡିଶା ଉପକୂଳସ୍ଥ ବଙ୍ଗୋପସାଗର ଅଞ୍ଚଳରେ ଗୁରୁଚାପ ପ୍ରଭାବରେ ରାଜ୍ୟକୁ ପ୍ରଚୁର ଜଳୀୟ ବାଷ୍ପ ପ୍ରବେଶ କରିବ, ଯାହା ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି ବର୍ଷା ଏବଂ ଝଡ଼ ପବନ ସୃଷ୍ଟି କରିବ। ଏନେଇ ଅନେକ ଜିଲ୍ଲାରେ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।

ରବିବାର ରାତିରେ ନୟାଗଡ଼ ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ ରଚିଥିଲା। ପ୍ରବଳ ଝଡ଼ରେ ବଡ଼ ବଡ଼ ଗଛ ଉପୁଡି ପଡିଥିଲା ଏବଂ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଥିଲା। ଦମକଳ ବାହିନୀ ଚଳାଚଳ ସ୍ବାଭାବିକ କରିଥିଲେ। ପ୍ରବଳ ଝଡ଼ ପବନ ଏବଂ ବର୍ଷା ରାଜ୍ୟର ତାତି କମାଇଦେବାର ଆଶା ରହିଛି।