ଓ୍ବାଶିଂଟନ, ୧୭/୩ : ୯ ମାସ ଧରି ଅପେକ୍ଷା କରିଥିବା ମୁହୂର୍ତ୍ତ ଏବେ ନିକଟରେ। ମହାକାଶରେ ୯ ମାସ ଧରି ଅବରୁଦ୍ଧ ରହିଥିବା ଏଷ୍ଟ୍ରୋନଟ୍ ତଥା ପ୍ରସିଦ୍ଧ ଭାରତୀୟ-ମୂଳର ସୁନୀତା ଓ୍ବିଲିୟମ୍ସ ଶୀଘ୍ର ଫେରିବେ ପୃଥିବୀକୁ। ନାସା ସୋମବାର ଏନେଇ ଏକ ବଡ଼ ଘୋଷଣା କରିଛି। ଆସନ୍ତା ବୁଧବାର ଭୋର ୩.୩୦ ମିନିଟ୍ରେ ସୁନୀତା ଓ ବୁଚ୍ ଓ୍ବିଲ୍ମୋର ମହାକାଶରୁ ଫେରି ପୃଥିବୀପୃଷ୍ଠ ଛୁଇଁବେ।
୨୦୨୪ ମସିହା ଜୁନ୍ ୫ ତାରିଖରେ ସୁନୀତା ଓ୍ବିଲିୟମ୍ସ ଓ ବୁଚ୍ ଓ୍ବିଲ୍ମୋର ବୋଇଂ ଷ୍ଟାରଲାଇନର୍ ପ୍ରଥମ ପରୀକ୍ଷାମୂଳକ ମିଶନରେ ଇଣ୍ଟରନ୍ୟାଶନାଲ ସ୍ପେସ ଷ୍ଟେସନ୍ (ISS) କୁ ଯାତ୍ରା କରିଥିଲେ। ଏହି ଅଭିଯାନ ମାତ୍ର ୮ ଦିନରେ ଫେରିବା ପାଇଁ ଥିଲା। କିନ୍ତୁ, ଯାନରେ ବୈଷୟିକ ତ୍ରୁଟି ଥିବାରୁ ଫେରିବାର ପ୍ରକ୍ରିୟା ବଘ୍ନିତ ହୋଇଥିଲା।
ଏହି ଅନିର୍ଦ୍ଦିଷ୍ଟ ବିଳମ୍ବ ଯୋଗୁଁ ସେମାନେ ୯ ମାସ ଧରି ମହାକାଶରେ ଅଟକି ରହିଥିଲେ। ଏବେ ସବୁ ଅସୁବିଧା ସମାଧାନ ହୋଇଥିବାରୁ, ତାଙ୍କ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ବୋଇଂ ଏବଂ ନାସା ଏହି ଯାନକୁ ସୁରକ୍ଷିତ ଭାବରେ ମାଟି ଉପରେ ଅବତରଣ କରାଇବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ।