ଏ ନିଷ୍ପତ୍ତି ଅନୁସାରେ, ପ୍ରଥମ ବର୍ଷରେ ୮,୦୭୦ ଟଙ୍କା ମାସିକ ଦରମା ପାଉଥିବା କର୍ମଚାରୀମାନେ ଏବେ ୧୦,୯୦ ଟଙ୍କା ମାସିକ ଦରମା ପାଇବେ। ଦ୍ୱିତୀୟ ବର୍ଷ ପାଇଁ ୧୦,୬୦୦ ଟଙ୍କା, ଏହି କ୍ରମ ଅନୁଯାୟୀ ୨୩ ବର୍ଷର ଅଭିଜ୍ଞତାରେ ଦରମା ୨୯,୭୧୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବ।
ଏହି ପରିବର୍ତ୍ତନ ବର୍ତ୍ତମାନ ଚାଲିଥିବା ଓଆର୍ଏସ୍ପି ନିୟମ-୨୦୧୭ ଅନୁସାରେ କରାଯାଇଥିବା ବୃଦ୍ଧି ସହ ଅନୁକୂଳ ରହିଛି। ସରକାର ଏହି ଦିଗରେ ଅସ୍ଥାୟୀ କର୍ମଚାରୀଙ୍କ ଦାବିକୁ ଗୁରୁତ୍ଵ ଦେଇ ବିଚାର କରି ଏହି ନିଷ୍ପତ୍ତି ନେଇଛି।
ଏହି ପାରିଶ୍ରମିକ ବୃଦ୍ଧି ଦ୍ୱାରା ଅସ୍ଥାୟୀ କର୍ମଚାରୀଙ୍କ ଜୀବନମାନରେ ପରିବର୍ତ୍ତନ ଆସିବା ସ୍ୱାଭାବିକ। ସରକାରଙ୍କ ଏହି ପଦକ୍ଷେପ ଏକ ସହସ୍ୟ ପ୍ରୟାସ ବୋଲି ବିଶ୍ଳେଷକମାନେ ମତ ଦେଇଛନ୍ତି।