ଡିଜିପି ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶରେ ଏହି ଚଢ଼ାଉ କରାଯାଇଥିଲା। ରାଜ୍ୟର ବିଭିନ୍ନ ଏସପିମାନେ ଏହି ଅଭିଯାନକୁ ନେଇ ଆଗକୁ ବଢ଼ିବାକୁ ପ୍ରେରିତ ହୋଇଛନ୍ତି। କନ୍ଧମାଳ ଏବଂ ଗଜପତି ଏସପି ଏକ ସ୍ୱତନ୍ତ୍ର ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଅଭିଯାନ ପ୍ରାରମ୍ଭ କରିଥିଲେ।
ଏଯାଏଁ କେଉଁଠି କେତେ ଗଞ୍ଜେଇ ଜବତ?
କନ୍ଧମାଳ ଜିଲ୍ଲା:
ଗୋଛାପଡା ଥାନା: ବୁଡେଣିପଙ୍କ ଗ୍ରାମ ଜଙ୍ଗଲରୁ ୩୬୭୫ କେଜି ଗଞ୍ଜେଇ
ଫୁଲବାଣୀ ସଦର ଥାନା: ନିକିନିଣ୍ଡା ଗ୍ରାମ ଜଙ୍ଗଲରୁ ୧୪୪୦ କେଜି
ତୁମୁଡିବନ୍ଧ ଥାନା: ବାନିମିଲା ଜଙ୍ଗଲରୁ ୬୧୫ କେଜି
ବ୍ରାହ୍ମଣୀଗାଁ ଥାନା: ରାଜନଗର ଜଙ୍ଗଲରୁ ୨୫୫୫ କେଜି
ଗଜପତି ଜିଲ୍ଲା:
ଆର. ଉଦୟଗିରି ଥାନା: ୨୦ କୁଇଣ୍ଟାଲ ୨୦ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ
ଏହି ବୃହତ୍ ଅଭିଯାନ ପରେ, ପୋଲିସ ଅଭିଯୁକ୍ତମାନଙ୍କ ଚିହ୍ନଟ ଏବଂ ଗିରଫ ପାଇଁ ଅଧିକ ଚଢ଼ାଉ କରୁଛି। ଏକ ବିଶ୍ୱସ୍ତ ସୂଚନା ଅନୁଯାୟୀ, ଏହି ଗଞ୍ଜେଇ ମାଫିଆମାନେ ଜଙ୍ଗଲ ମଧ୍ୟରେ ଗୁପ୍ତ ସ୍ଥାନରେ ରଖି ଚୋରା ଚାଲାଣ କରୁଥିଲେ। ଏହି ଚଢ଼ାଉ ଦ୍ୱାରା ପୋଲିସ ଏକ ବଡ଼ ଅପରାଧିକ ଚକ୍ରକୁ ଧ୍ଵଂସ କରିବାରେ ସକ୍ଷମ ହୋଇଛି।
ପୋଲିସ ଗଞ୍ଜେଇ ଚାଷର ମୂଳ ଉପଟିବା ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଜାରି କରିଛି। ଏହା ଆସନ୍ତା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବ। ଡିଜିପି ଅଧିନ ଏହି ଅଭିଯାନରେ ରାଜ୍ୟର ସମସ୍ତ ଏସପିମାନେ ତଦନ୍ତକୁ ତେଜ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଏହି ଅଭିଯାନ ଦ୍ୱାରା ରାଜ୍ୟରେ ଗଞ୍ଜେଇ ତସକର ଓ ଚୋରା ଚାଲାଣ ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପଡ଼ିବା ସମ୍ଭାବନା ଅଛି।