Hot Posts

6/recent/ticker-posts

ଭଦ୍ରକରେ ଦୁଇ ସ୍ଥାନରେ ଅଗ୍ନିକାଣ୍ଡ: ସାତଟି ଘର ଭସ୍ମୀଭୂତ, ଲକ୍ଷାଧିକ ସମ୍ପତ୍ତି ନଷ୍ଟ

ଭଦ୍ରକ,୧୫/୩ : ଭଦ୍ରକ ଜିଲା ଶୁକ୍ରବାର ରାତିରେ ଦୁଇଟି ସ୍ଥାନରେ ହୋଇଥିବା ଅଗ୍ନିକାଣ୍ଡରେ ସାତଟି ଘର ଜଳି ଭସ୍ମୀଭୂତ ହୋଇଛି। ଏହି ଅପ୍ରତ୍ୟାଶିତ ଦୁର୍ଘଟଣାରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି।ଚରମ୍ପା ବରାଳପୋଖରୀ ଗ୍ରାମରେ ଏକ ହୃଦୟ ବିଦାରକ ଅଗ୍ନିକାଣ୍ଡ ଘଟିଛି। ବୁଦ୍ଧିରାମ ମୁଣ୍ଡାଙ୍କ ୨ ବଖରା ଘର ଏବଂ ଘରର ସମସ୍ତ ଆସବାବ ପତ୍ର ଅଗ୍ନିଗ୍ରାସ ହୋଇଥିବା ଜଣାପଡ଼ିଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ ମଧ୍ୟ, ବେଳେ ଚାପି ହୋଇ ବହୁ ଅଂଶ ଏପର୍ଯ୍ୟନ୍ତ ଜଳି ଯାଇଥିଲା।ଏହିପରି ମଧ୍ୟରାତ୍ରି ୧୨ଟା ବେଳେ ଆଡିଆ ଗ୍ରାମରେ ଏକ ଅପ୍ରତ୍ୟାଶିତ ନିଆଁ ଲାଗିଥିଲା। ଏହି ଅଗ୍ନିକାଣ୍ଡରେ ଦେବାଶିଷ ପଣ୍ଡାଙ୍କର ୫ ବଖରା ଘର ପୁରାପୁରି ଜଳି ଯାଇଛି। ଆଗରପଡ଼ା ଅଗ୍ନିଶମ ବାହିନୀ ବହୁ ବିଳମ୍ବରେ ପହଞ୍ଚିଥିଲା, ଏବଂ ସେତେବେଳକୁ ଘର ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇ ଯାଇଥିଲା।ଏବେ ପର୍ଯ୍ୟନ୍ତ ଏହି ଅଗ୍ନିକାଣ୍ଡର ସ୍ପଷ୍ଟ କାରଣ ଜଣାପଡ଼ିନାହିଁ। ତଥାପି, ଶର୍ଟ ସାର୍କିଟ ନା ଅନ୍ୟ କୌଣସି କାରଣ, ଏନେଇ ପ୍ରଶ୍ନ ଉଠିଛି। ଏଥିପାଇଁ ପ୍ରଶାସନ ତଦନ୍ତ ଆରମ୍ଭ କରିଛି। ଏହି ଅଗ୍ନିକାଣ୍ଡ ପ୍ରଭାବିତ ପରିବାରଗୁଡ଼ିକ ଏବେ ଖୋଲା ଆକାଶ ତଳେ ଅଛନ୍ତି, ଏବଂ ସରକାରୀ ସହାୟତା ଏବଂ ଅନୁଗ୍ରହ ରାଶି ପାଇଁ ଦାବି ଉଠିଛି।