Hot Posts

6/recent/ticker-posts

ଓଡିଶାରେ ବନ୍ୟପ୍ରାଣୀ ଶିକାର ଚିନ୍ତାଜନକ, ୩ ବର୍ଷରେ ୧୪ ବାଘ ଓ ୪୧ ହାତୀ ମୃତ୍ୟୁ

ଭୁବନେଶ୍ୱର, ୧୮/୩ : ରାଜ୍ୟରେ ବନ୍ୟପ୍ରାଣୀ ଶିକାର ଦିନକୁ ଦିନ ବୃଦ୍ଧି ପାଇବା ଚିନ୍ତାଜନକ ଅବସ୍ଥା ସୃଷ୍ଟି କରିଛି। ଗତ ୩ ବର୍ଷ ଅବଧିରେ ୧୪ଟି ବାଘ ଶିକାର ହୋଇଥିବା ବିଷୟ ମଙ୍ଗଳବାର ବିଧାନସଭାରେ ବନ ଏବଂ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସ୍ୱୀକାର କରିଛନ୍ତି। ଏମାନଙ୍କ ମଧ୍ୟରୁ ୨ଟି ମହାବଳ ଏବଂ ୧୨ଟି କଲରାପତରିଆ ବାଘ ହତ୍ୟା ହୋଇଛି। ଏହାପରି, ୬ଟି ମହାବଳ ଏବଂ ୬୩ଟି କଲରାପତରିଆ ବାଘ ଛାଲ ଜବତ ହୋଇଛି।

ଅନ୍ୟପକ୍ଷେ, କେବଳ ଢେଙ୍କାନାଳ ବନଖଣ୍ଡରେ ୪୧ ହାତୀ ମୃତ୍ୟୁ ଘଟିଥିବା ମନ୍ତ୍ରୀ ଘୋଷଣା କରିଛନ୍ତି। ବନ୍ୟପ୍ରାଣୀ ସୁରକ୍ଷା ନେଇ ପ୍ରଶ୍ନ ଉଠିଥିବା ବେଳେ, ଏହି ନିଃସଂକୋଚ ଆଂକଡ଼ା ରାଜ୍ୟର ବନ୍ୟଜୀବ ସୁରକ୍ଷା ନୀତି ଉପରେ ଗମ୍ଭୀର ପ୍ରଶ୍ନ ଚିହ୍ନ ସୃଷ୍ଟି କରିଛି।