ବରଗଡ଼, ୨୫ /୩ : ବରଗଡ଼ ଇଥାନଲ ପ୍ରକଳ୍ପ କେବଳ ଜିଲାର ପାଇଁ ଅତ୍ୟାବଶ୍ୟକ ଏକ ଶିଳ୍ପାନୁଷ୍ଠାନ ନୁହେଁ, ବରଂ ଏହା ସ୍ଥାନୀୟ ଯୁବକଙ୍କ ଚାକିରି ଓ ରୋଜଗାରର ନୂଆ ଅବସର ସୃଷ୍ଟି କରିବାରେ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ଏହି ପ୍ରକଳ୍ପରେ ସ୍ଥାନୀୟ ଯୁବକଙ୍କୁ ଅଗ୍ରାଧିକାର ଦେବା ଏବଂ ନିଯୁକ୍ତି ପ୍ରକ୍ରିୟାକୁ ସ୍ୱଚ୍ଛ ରଖିବା ପାଇଁ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଏବେ ସଂସଦରେ ଜୋରଦାର ଦାବି କରିଛନ୍ତି
ବରଗଡ଼ ଜିଲାରେ ହଜାର ହଜାର ବେକାର ଯୁବତୀ-ଯୁବକ ଅଛନ୍ତି, ଯେଉଁ ମାନେ ନିଯୁକ୍ତି ଓ ରୋଜଗାର ପାଇଁ ଅପେକ୍ଷା କରୁଛନ୍ତି। ସଂସଦରେ ପ୍ରଦୀପ ପୁରୋହିତ ଦୃଢ଼ଭାବେ ଦାବି କରିଛନ୍ତି ଯେ, ଏହି ଇଥାନଲ ପ୍ରକଳ୍ପରେ ସ୍ଥାନୀୟ ଲୋକଙ୍କୁ ଅଗ୍ରାଧିକାର ଦିଆଯିବ ଏବଂ ଲାଞ୍ଚ-କଂଟାକ ବିନା ନିଯୁକ୍ତି ପ୍ରଦାନ କରାଯିବ। ଏହି ଇଥାନଲ ପ୍ରକଳ୍ପ ପାଇଁ ଭାରତ ସରକାର ୧,୫୫୭ କୋଟି ଟଙ୍କା ବ୍ୟୟ କରୁଛି। ବରଗଡ଼ର ୨୦୧୪ ପୂର୍ବରୁ କୌଣସି ମହତ୍ତ୍ୱପୂର୍ଣ୍ଣ ଶିଳ୍ପାନୁଷ୍ଠାନ ନ ଥିଲା, କିନ୍ତୁ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସ ଫଳରେ ଏହି ମହାନ ଶିଳ୍ପ ଗଢି ଉଠିଛି
ଏହି ଇଥାନଲ ପ୍ରକଳ୍ପ ୭୦ ଏକର ଜମିରେ ପ୍ରତିଷ୍ଠିତ ହେଉଛି ଏବଂ ଏଠି ଦୈନିକ ୨୦୦ କିଲୋମିଟର ଇଥାନଲ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି। ୨୦୧୮ ମସିହାରେ ଭଟଲି ବାଉଲିସିଂହା ଗାଁରେ ଏହି ଆମ୍ବିଶନ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ।
ଏହି ପ୍ରକଳ୍ପ କେବଳ ଚାକିରି ଦେବାକୁ ନୁହେଁ, ବରଂ କୃଷି ଆଧାରିତ ଶିଳ୍ପର ତ୍ୱରାନ୍ବିତ ବିକାଶ ନେବ। ନଷ୍ଟ ହୋଇଯାଉଥିବା ଧାନ ନଡା ଏବଂ କୃଷି ବର୍ଜ୍ୟବସ୍ତୁ ଏଠି ବ୍ୟବହାର ହେବ। ଏହା ସିଧାସଳଖ ଚାଷୀଙ୍କଠାରୁ ସରକାର କ୍ରୟ କରିବ, ଯେଉଁଥିରୁ ବରଗଡ଼, ନୂଆପଡ଼ା, ସମ୍ବଲପୁର, ସୋନପୁର ଏବଂ ଛତିଶଗଡ଼ର ଚାଷୀମାନେ ଅଧିକ ଆୟ ଲଭ କରିପାରିବେ।
ଏହି ବିଶୋଧନାଗାରରେ ୧୨୦୦ ଲୋକଙ୍କୁ ନିଯୁକ୍ତି ଦିଆଯିବ, ଏବଂ ପ୍ରତିଦିନ ୮୫୦ ମେଟ୍ରିକ ଟନ ଧାନ ନଡାର ଆବଶ୍ୟକତା ହେବ। ଏହି ଉଦ୍ୟମ ଦ୍ୱାରା ବରଗଡ଼ ଜିଲାର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ହେବ।
ବର୍ତ୍ତମାନ ରାଜ୍ୟ ଓ କେନ୍ଦ୍ରରେ ଡବଲ ଇଞ୍ଜିନ ସରକାର ଥିବାରୁ, ଏହି ଉଦ୍ୟମ ଶୀଘ୍ର କାର୍ଯ୍ୟକ୍ଷମ ହେବ ଏବଂ ଏହାର ଲାଭ ସ୍ଥାନୀୟ ଲୋକମାନେ ପାଇପାରିବେ।ସାମ୍ପ୍ରତିକ ଉନ୍ନୟନ ଦେଖି ଏହା ସ୍ପଷ୍ଟ, ବରଗଡ଼ ଏବେ ଏକ ନୂଆ ଅର୍ଥନୈତିକ ଏବଂ ଶିଳ୍ପୀୟ ଯୁଗରେ ପ୍ରବେଶ କରୁଛି।