Hot Posts

6/recent/ticker-posts

ରତ୍ନଭଣ୍ଡାର ଚାବି ହଜିବା ଘଟଣା: ତଦନ୍ତ ରିପୋର୍ଟ ସାର୍ବଜନୀନ କରିବାକୁ ହାଇକୋର୍ଟରେ ରାଜ୍ୟ ସରକାରଙ୍କ ସତ୍ୟପାଠ

କଟକ, ୬/୩ : ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା ଏବେ ପୁଣି ଚର୍ଚ୍ଚାରେ। ଏନେଇ ରାଜ୍ୟ ସରକାର ଓଡ଼ିଶା ହାଇକୋର୍ଟରେ ସତ୍ୟପାଠ ଦାଖଲ କରି ରିପୋର୍ଟ ସାର୍ବଜନୀନ କରିବାକୁ ଅଧିକ ସମୟ ଦେବା ପାଇଁ ଅନୁରୋଧ କରିଛନ୍ତି।ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଅରିନ୍ଦମ ସିହ୍ନା ଏବଂ ବିଚାରପତି ମୃଗାଙ୍କ ଶେଖର ସାହୁଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୨ ତାରିଖରେ ହେବ।

ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ କରିଥିଲେ ଜଷ୍ଟିସ୍ ରଘୁବର ଦାସ କମିଶନ। ତଦନ୍ତ ଶେଷ ହେବାପରେ ସେ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେଇଥିଲେ। କିନ୍ତୁ ଏହି ରିପୋର୍ଟ ସାର୍ବଜନୀନ ହେଉ କି ନାହିଁ, ଏନେଇ ହାଇକୋର୍ଟରେ ଆବେଦନ ଦାଖଲ ହୋଇଥିଲା।

ପୁରୀର ଦିଲୀପ ବରାଳ ଏହି ଘଟଣା ସମ୍ପର୍କିତ ତଥ୍ୟ ଜନସାଧାରଣଙ୍କ ସାମ୍ନାରେ ଆଣିବାକୁ ହାଇକୋର୍ଟରେ ଆବେଦନ କରିଥିଲେ। କେଉଁମାନେ ଏହି ଘଟଣାରେ ସମ୍ପୃକ୍ତ, ଚାବି କିପରି ହଜିଲା ଏବଂ ପୁଣି ମିଳିଗଲା, ରତ୍ନଭଣ୍ଡାରର ଧନ-ଧାନ୍ୟ ସୁରକ୍ଷିତ ଅଛି କି ନାହିଁ - ଏସବୁ ଜାଣିବା ରାଜ୍ୟବାସୀଙ୍କ ଅଧିକାର।ରାଜ୍ୟ ସରକାର ଏହି ଘଟଣା ନେଇ ରିପୋର୍ଟ କ୍ୟାବିନେଟ୍‌ରେ ଉପସ୍ଥାପନ କରିବାକୁ ଯୋଜନା କରୁଛି। ତେଣୁ ହାଇକୋର୍ଟ କଣ ନୂତନ ଆଦେଶ ଦେବ, ଏଥିପାଇଁ ସମସ୍ତଙ୍କ ଦୃଷ୍ଟି ଟଙ୍କିଛି।