ଭୁବନେଶ୍ୱର, ୨୦/୩ : – ଓଡ଼ିଶାରେ ଚାଷୀମାନଙ୍କ ଉତ୍ପାଦିତ ସାମଗ୍ରୀ ସଂରକ୍ଷଣ କରିନପାରିଵା ର ଯେଉଁ ଅଭାବ ଦେଖାଦେଇଥିଲା, ସେହି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ନୂତନ ଶୀତଳଭଣ୍ଡାର ନୀତି ଗଠନ କରିଛି। ଏହି ଯୋଜନା ଅନୁଯାୟୀ, ରାଜ୍ୟର ୫୮ ଉପଖଣ୍ଡରେ ପ୍ରଥମ ପର୍ଯ୍ୟାୟରେ ଏକ ଏକ ଶୀତଳଭଣ୍ଡାର ନିର୍ମାଣ କରାଯିବ।
ଏହା ବେସରକାରୀ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ଏବଂ ଖାଦ୍ୟଶସ୍ୟ ସଂରକ୍ଷଣକୁ ମଜବୁତ କରିବା ପାଇଁ ଏକ ଦୃଢ଼ ପଦକ୍ଷେପ ହିସାବେ ଦେଖାଯାଉଛି। ରାଜ୍ୟ ସରକାର ଏହି ଯୋଜନା ଲାଗି ୫ ବର୍ଷ ଅବଧି ପାଇଁ ୨୫୨ କୋଟି ଟଙ୍କାର ବଜେଟ ଅନୁମୋଦନ କରିଛନ୍ତି। ଏହି ଅର୍ଥ ମଧ୍ୟରୁ ୬.୫୦ କୋଟି ଟଙ୍କା ପର୍ଯ୍ୟନ୍ତ ରିହାତି ସୁବିଧା ହିତାଧିକାରୀମାନଙ୍କୁ ଦିଆଯିବ।
ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ବିଧାନସଭାରେ ଏହି ଯୋଜନା ବିଷୟରେ ଘୋଷଣା କରି ଚାଷୀମାନଙ୍କ ଉନ୍ନତି ଲାଗି ସରକାରଙ୍କ ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ। ଏହି ଯୋଜନା ଅନୁଯାୟୀ, ନୂତନ ଶୀତଳଭଣ୍ଡାର ୟୁନିଟ୍ଗୁଡ଼ିକ ସମୁଦାୟ ବିଦ୍ୟୁତ୍ ଶୁଳ୍କରେ ୫୦% ରିହାତି ପାଇବ। ଏହା ଛଡ଼ା, ଅଣକାର୍ଯ୍ୟକ୍ଷମ ୟୁନିଟ୍ ନବୀକରଣ ପାଇଁ ସର୍ବାଧିକ ୧.୫ କୋଟି ଟଙ୍କା ଆର୍ଥିକ ସହାୟତା ମିଳିବ।
ମନ୍ତ୍ରୀ ମହାପାତ୍ର କହିଛନ୍ତି, "ରାଜ୍ୟରେ ବର୍ତ୍ତମାନ ୧୩୩ଟି ଶୀତଳଭଣ୍ଡାର ଅଛି, କିନ୍ତୁ ୯୮ଟି ଅଚଳ ଅବସ୍ଥାରେ ରହିଛି। ଏହି ନୂତନ ଯୋଜନା ଅନ୍ତର୍ଗତ, ଏସବୁ ଅଚଳ ଶୀତଳଭଣ୍ଡାରକୁ ପୁନରୁଦ୍ଧାର କରି ଚାଷୀମାନଙ୍କ ସହଯୋଗ ପ୍ରଦାନ କରାଯିବ।"
ଏହି ପଦକ୍ଷେପ ରାଜ୍ୟର ଚାଷୀମାନଙ୍କ ଜୀବନ ଉନ୍ନତି କରିବା ସହିତ ସାମଗ୍ରୀ ସଂରକ୍ଷଣ ଏବଂ ମୁଲ୍ୟ ବୃଦ୍ଧି କରିବାରେ ଉଲ୍ଲେଖନୀୟ ଭୂମିକା ନେବ ବୋଲି ଅନୁମାନ କରାଯାଉଛି।