କାହିଁକି ମିଳୁନି ସୁଭଦ୍ରା ଯୋଜନା: ୧ ଲକ୍ଷ ମହିଳା ବଞ୍ଚିତ, ମାର୍ଚ୍ଚ ୩୧ ପରେ ସର୍ଭେ
ଭୁବନେଶ୍ୱର, ୧୯/୩ : ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବଡ଼ ସୂଚନା ଦେଇଛନ୍ତି! ସେ କହିଛନ୍ତି, ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତିରୁ ୧ ଲକ୍ଷ ମହିଳା ବଞ୍ଚିତ ହୋଇଛନ୍ତି। ରାଶନ କାର୍ଡ ଓ ଆୟର ତାଳମେଳ ଅଭାବ ଏହି ଅବସ୍ଥା ସୃଷ୍ଟି କରିଛି। କିଏ ଗାଡ଼ି କିଣିଛନ୍ତି, କିଏ ଅଧିକ ଧାନ ମଣ୍ଡିରେ ଦେଇଛି, ଏସବୁ ନେଇ ମାର୍ଚ୍ଚ ୩୧ ପରେ ୱାନ-ଟୁ-ୱାନ ସର୍ଭେ ହେବ।ବଞ୍ଚିତ ଯୋଗ୍ୟ ହିତାଧିକାରୀ ରାକ୍ଷୀ ପୂର୍ଣ୍ଣିମାରେ ଦ୍ୱିତୀୟ କିସ୍ତି ପାଇବେ। ଏଥିପାଇଁ ୨୧ ବର୍ଷ ହେବା ଥିବା ମହିଳାମାନେ ମାର୍ଚ୍ଚ ୩୧ ପୂର୍ବରୁ ଆବେଦନ କରିପାରିବେ। ନଜର ରଖନ୍ତୁ, ଯୋଜନାର ଉପକୃତ ହେବେ ଆପଣ!