Hot Posts

6/recent/ticker-posts

ଲୋଇସିଂହାରେ ଯୁବକଙ୍କ ଅସନ୍ଧିଗ୍ଧ ମୃତ୍ୟୁ: ହତ୍ୟା ନା ଅକାଳ ମୃତ୍ୟୁ? ପୋଲିସ ତଦନ୍ତ ଜାରି

ଲୋଇସିଂହା, ୨୫/୩ : ବଲାଙ୍ଗୀର ସଦର ଥାନା ଅଧୀନ ଲୋଇସିଂହା ବ୍ଲକ ରତାଖଣ୍ଡି ପଞ୍ଚାୟତର ଡୁମେରଝରଣ ଗ୍ରାମରେ ଏକ ଅସନ୍ଧିଗ୍ଧ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମଙ୍ଗଳବାର ସକାଳେ ଏଠି ଜଣେ ଯୁବକଙ୍କ ମୃତଦେହ ଜବତ ହୋଇଥିବା ବେଳେ, ପରିବାର ଲୋକ ହତ୍ୟାର ଅଭିଯୋଗ କରିଛନ୍ତି। ମୃତ ଶତ୍ରୁଘ୍ନ ପଟେଲ, ଜଣେ କାଠ କାରିଗର ଥିଲେ ଏବଂ ସୋମବାର ସନ୍ଧ୍ୟାରୁ ନିଖୋଜ ଥିଲେ।ଶତ୍ରୁଘ୍ନ ପଟେଲ ପାଟଣାଗଡ ବ୍ଲକ ଠେଲକୋଛାପର ଅଞ୍ଚଳରେ କାମ କରିବା ପରେ ସନ୍ଧ୍ୟା ବେଳେ ଘରକୁ ଫେରିଥିଲେ ନାହିଁ। ପରିବାର ଲୋକେ ରାତି ଭରି ତାଙ୍କୁ ଖୋଜିଥିଲେ, କିନ୍ତୁ ମଙ୍ଗଳବାର ସକାଳେ ଠେଲକୋଛାପର ଓ ଡୁମେରଝରଣ ମଝିରେ ଥିବା ନାଳାରେ ତାଙ୍କ ମୃତଦେହ ମିଳିଥିଲା। ଏଥିପରି ଅବସ୍ଥା ଦେଖି ପରିବାର ଲୋକ ଏହାକୁ ହତ୍ୟା ମାନି ଅଭିଯୋଗ କରିଛନ୍ତି।

ଘଟଣାସ୍ଥଳରେ ପହଞ୍ଚି ସନ୍ଧାନି କୁକୁର ସହିତ ପୋଲିସ ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ବଲାଙ୍ଗୀର ଭୀମଭୋଇ ମେଡିକାଲ୍‌ରେ ପୋଷ୍ଟମର୍ଟେମ ପାଇଁ ପଠାଯାଇଛି। ଅନୁସନ୍ଧାନ ଅଭିଯାନ ଅନ୍ତର୍ଗତ ପୋଲିସ ୫ ଜଣଙ୍କୁ ଅଟକ କରି ପଚରାଉଚରା କରୁଛି। ମୃତ୍ୟୁର ମୂଳ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ, ପୋଲିସ ଏହି ଘଟଣା ହତ୍ୟା କି ଅପରାଧ ଜନିତ ଅକାଳ ମୃତ୍ୟୁ ତାହା ନିର୍ଦ୍ଦାରଣ କରିବା ପାଇଁ ଅନୁସନ୍ଧାନ ଜାରି ରଖିଛି।