ସୂଚନା ଅନୁସାରେ, ଖଇରା ଥାନା ଅଞ୍ଚଳର ନରମା ଗ୍ରାମର ରହିବାସୀ ଯୋଗେନ୍ଦ୍ର ସିଂ ୬ ବର୍ଷ ଧରି ପରିବାର ସହ ନେଦାମ ଗ୍ରାମରେ ବସୋବାସ କରୁଥିଲେ। ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରି ତାଙ୍କ ସ୍ତ୍ରୀ ମୁନି ସିଂଙ୍କୁ କୌଣସି କାରଣରୁ ନିର୍ମମ ଭାବେ ମାଡ଼ ମାରିଥିଲେ।
ମାଙ୍କୁ ବଞ୍ଚାଇବାକୁ ଯାଇ ବଡ଼ ପୁଅ ରାଜେଶ ସିଂ ପିତାଙ୍କ ବିରୋଧ କରିଥିଲେ। ଏଥିରେ ଯୋଗେନ୍ଦ୍ର ରାଗି ଯାଇ ଏକ ଛୁରା ନେଇ ପୁଅଙ୍କ ଛାତିରେ ଆକ୍ରମଣ କରିଥିଲେ। ଘଟଣା ପରେ ଗୁରୁତର ଆହତ ରାଜେଶକୁ ପରିବାର ଲୋକ ଉଦ୍ଧାର କରି ପ୍ରଥମେ ଉଦଳା ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ, ସେଠାରେ ଡାକ୍ତରଙ୍କ ଅନୁପସ୍ଥିତି ଥିବାରୁ ତାଙ୍କୁ ତୁରନ୍ତ ସୋର ଡାକ୍ତରଖାନା ପଠାଯାଇଥିଲା।
ସୋର ଡାକ୍ତରଖାନାରେ ଡାକ୍ତରମାନେ ରାଜେଶକୁ ମୃତ ଘୋଷଣା କରିଥିଲେ। ଏପରି ନିଷ୍ଠୁର ହତ୍ୟା ପରେ ଅପରାଧୀ ଯୋଗେନ୍ଦ୍ର ଘଟଣାସ୍ଥଳରୁ ଅନ୍ତର୍ଧାନ ହୋଇଯାଇଥିବା ଜଣାପଡ଼ିଛି। ପୋଲିସ ଏବେ ତାଙ୍କ ତଦନ୍ତ ଜୋରଦାର କରିଛି।