Hot Posts

6/recent/ticker-posts

ଦିଲ୍ଲୀ ରାଉଜ୍ ଆଭେନ୍ୟୁ କୋର୍ଟର ନିର୍ଦ୍ଦେଶ: ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ, ୧୨/୩ : – ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ରାଉଜ୍ ଆଭେନ୍ୟୁ କୋର୍ଟ ମଙ୍ଗଳବାର ନିର୍ଦ୍ଦେଶ ଜାରି କରିଛି।

୨୦୧୯ରେ ଦିଲ୍ଲୀର ଦ୍ୱାରକାରେ ଜନସାଧାରଣଙ୍କ ଅର୍ଥର ଅପବ୍ୟୟ ଅଭିଯୋଗରେ ଏହି ମାମଲା ଦାଖଲ ହୋଇଥିଲା। ଅଭିଯୋଗ ଅନୁସାରେ, ସେହି ସମୟରେ ଆପ୍ ନେତୃତ୍ୱରେ ଦେଶରେ ପ୍ରଚାର ଅଭିଯାନ ଚାଲିଥିଲା, ଯେଉଁଥିରେ ସର୍ବସାଧାରଣଙ୍କ ଟାକାକୁ ବ୍ୟବହାର କରି କେଜ୍‌ରିଓ୍ବାଲଙ୍କ ହୋର୍ଡିଂ ଲଗାଯାଇଥିଲା। ଏହି ଅଭିଯୋଗ ନେଇ ଏକ ଆବେଦନ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରେ ଦାଖଲ ହୋଇଥିଲା। ମଙ୍ଗଳବାର, ଏହି ମାମଲାର ଶୁଣାଣି ସମୟରେ ଅଦାଲତ ଏହାକୁ ଗୁରୁତ୍ୱ ପୂର୍ଣ୍ଣ ମନି, ମାମଲା ରଜିଷ୍ଟର କରିବାକୁ ନିର୍ଦ୍ଦେଶ ଦେଇଛି।ଏହି ଆଇନଗତ ପ୍ରକ୍ରିୟା କେଜ୍‌ରିଓ୍ବାଲଙ୍କ ପାଇଁ ନୂଆ ଚାଲେଞ୍ଜ ନେଇ ଆସିପାରେ।