ପୂର୍ବରୁ ମାର୍ଚ୍ଚ ୫ ପଞ୍ଚାୟତିରାଜ ଦିବସରେ ଛୁଟି ଘୋଷଣା ହୋଇଥିଲେ ମଧ୍ୟ, ଏବେ ଏହି ଦିବସ ଏପ୍ରିଲ ୨୪ରେ ପାଳନ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହି ପଦକ୍ଷେପ ଜାତୀୟ ଓ ରାଜ୍ୟସ୍ତରରେ ପଞ୍ଚାୟତିରାଜ ଦିବସ ପାଳନରେ ଏକରୂପତା ରଖିବାକୁ ନିଆଯାଇଛି
ଗଣଶିକ୍ଷା ବିଭାଗ ପ୍ରଥମେ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ସମସ୍ତ ସ୍କୁଲ ଖୋଲା ରଖିବାକୁ ନିର୍ଦ୍ଦେଶ ଜାରି କରିଥିଲା। ତାପରେ, ଉଚ୍ଚଶିକ୍ଷା ବିଭାଗ ମଧ୍ୟ ଏହି ନିଷ୍ପତ୍ତିକୁ ଅନୁସରଣ କରି ସମସ୍ତ କଲେଜ ଓ ଶିକ୍ଷାନୁଷ୍ଠାନ ଚଳାଣ ହେବାର ନିର୍ଦ୍ଦେଶ ଦେଇଛି। ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଏନେଇ ଚିଠି ଲେଖି ଜଣାଇ ଦିଆଯାଇଛି।
ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଜାକଜମକପୂର୍ଣ୍ଣ ଭାବେ ପାଳିତ ହେବ
ଏହି ନିଷ୍ପତ୍ତି ସହ ମାର୍ଚ୍ଚ ୫ରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଉତ୍ସବ ଉପଲକ୍ଷେ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସରକାର ପ୍ରସ୍ତୁତ ଅଛି। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଏନେଇ ଉଚ୍ଚସ୍ତରୀୟ ଆଲୋଚନା ହୋଇଛି।