ଭଦ୍ରକ, ୧୩/୩ – ଅପରାଧୀ ଦୃଷ୍ଟିଭଙ୍ଗୀରେ ଏହି ଘଟଣା ଏକ ନୂଆ ଚ଼ତୁର୍ଯ୍ୟ! ଚେକ୍ ବାଉଁସ୍ କେସରେ ଗିରଫ ହୋଇଥିବା ଏକ ଆସାମୀ ପୋଲିସଙ୍କ ହାତ ଫସି ଜାଇ ନଜର ଗୋଚରରୁ ଅଦୃଶ୍ୟ ହୋଇଗଲା। ଏହି ଦୁସ୍ସାହସିକ ପଳାଉ ଘଟଣା ଭଦ୍ରକ ଜିଲ୍ଲାରେ ଘଟିଛି।ପୁରୁଣା ବଜାର ପୋଲିସ ଆସାମୀକୁ କୋର୍ଟରେ ହାଜର କରିବା ପାଇଁ ବାଇକ୍ ଯୋଗେ ନେଉଥିଲା। ତେବେ ନେହରୁ ଷ୍ଟାଡିୟମ ନିକଟରେ ଏକ ହୋଟେଲ ସମ୍ମୁଖରେ ବିରାମ କରିବାବେଳେ ଆସାମୀ ହଠାତ୍ ଡେଇଁ ଫେରାର ହୋଇଗଲା। ଏନେଇ ଏବେ ଅଞ୍ଚଳରେ ଚର୍ଚ୍ଚା ଜୋରଦାର
ଅସାମୀକୁ ଖୋଜିବା ପାଇଁ ପୋଲିସ ଏବେ ସତର୍କ। ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ ଚାଲିଛି। ଏଥିପାଇଁ ୩ଟି ବିଶେଷ ଦଳ ଗଠନ କରାଯାଇଛି। ତଥାପି, ଘଟଣାକୁ ନେଇ ପୋଲିସ ଅଧିକାରୀମାନେ କୌଣସି ସ୍ପଷ୍ଟ ସୂଚନା ଦେବାକୁ ଏପର୍ଯ୍ୟନ୍ତ ପ୍ରତ୍ୟାହାର କରିଛନ୍ତି।ଏହି ଘଟଣା ପୋଲିସ ପ୍ରଶାସନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ୍ ଭାବେ ଦେଖାଯାଉଛି। ଦେଖିବାକୁ ଥାଏ, ଅପରାଧୀ ରହସ୍ୟମୟ ଅନ୍ଧାରକୁ ଫେରିବେ ନା ଅତିଶୀଘ୍ର ଆଇନର ହାତରେ ଧରାପଡ଼ିବେ!