Hot Posts

6/recent/ticker-posts

ପାଟଣା ରେଞ୍ଜରେ ଭୟାନକ ଅଗ୍ନିକାଣ୍ଡ: ଜଳିଲା ଅଜସ୍ର ଗଛ, ହାତୀ ବାରୀ ଜଙ୍ଗଲ ସଙ୍କଟମୟ

ପାଟଣା, ୧୭/୩ : – କେନ୍ଦୁଝର ଜିଲ୍ଲାର ପାଟଣା ରେଞ୍ଜ କ୍ଷୀରେଇ ଟାଙ୍ଗିରୀ ସେକ୍ସନର ହାତୀ ବାରୀ ଗ୍ରାମ୍ୟ ଜଙ୍ଗଲରେ ସୋମବାର ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ସ୍ଥଳୀତ ହୋଇଛି। ଏହି ବିପଜ୍ଜନକ ଅଗ୍ନିଜ୍ବାଳା ଫଳରେ ଅନେକ ଆକାଶିଆ ଓ କାଜୁ ଗଛ ଗୁଡ଼ିକ ଜଳିଛି। ଅଗ୍ନିର ତୀବ୍ରତା ଏପର୍ଯ୍ୟନ୍ତ ଅଣାୟତ ରୂପେ ବୃଦ୍ଧି ପାଇ ରାଜପଥ ଦିଗକୁ ମାଡି ଆସୁଥିବା ଜଣାପଡ଼ିଛି।

ଏପର୍ଯ୍ୟନ୍ତ ଘଟଣାସ୍ଥଳରେ ବନ ବିଭାଗ କିମ୍ବା ଅଗ୍ନିଶମ ବିଭାଗର କୌଣସି ଅଧିକାରୀ କିମ୍ବା କର୍ମଚାରୀ ପହଞ୍ଚିନାହାନ୍ତି। ଏହି ଅଗ୍ନିକାଣ୍ଡର ପ୍ରଭାବରେ ସ୍ଥାନୀୟ ଗ୍ରାମବାସୀ ଏବଂ ପରିବେଶ ବିଦ୍ୱାନ ମାନେ ଚିନ୍ତିତ ଏବଂ ଯଥାଶୀଘ୍ର ଅଗ୍ନି ନିଯନ୍ତ୍ରଣ କରିବାକୁ ପ୍ରଶାସନ ପାଖରେ ଅପିଲ କରୁଛନ୍ତି।

ଏହି ଅଗ୍ନିକାଣ୍ଡ କେମିତି ଘଟିଲା, ଏହା ପ୍ରାକୃତିକ କି ମାନବସୃଷ୍ଟ ଏହା ନେଇ ଅନୁସନ୍ଧାନ ଆବଶ୍ୟକ। ସ୍ଥାନୀୟ ପ୍ରଶାସନ ଏବଂ ବନ ବିଭାଗ ଏହାର ସତ୍ୟ ଉଦ୍ଘାଟନ କରିବାକୁ ଉଚିତ ଉପାୟ ଗ୍ରହଣ କରିବେ କିନା, ସେଥିପାଇଁ ଅନେକ ପ୍ରଶ୍ନ ଉଠିଛି।