Hot Posts

6/recent/ticker-posts

କୁପୱାଡାରେ ଆତଙ୍କବାଦୀ ଓ ସୁରକ୍ଷାବଳଙ୍କ ମଧ୍ୟରେ ଗୁଳି ବିନିମୟ, ଜଣେ ଯବାନ ଆହତ

ନୂଆଦିଲ୍ଲୀ, ୧୭/୩ : – ଜମ୍ମୁ-କାଶ୍ମୀରର କୁପୱାଡା ଅଞ୍ଚଳରେ ଆଜି ସୁବହୁଅଁଠି ଭାରତୀୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଭୟାନକ ଗୁଳି ବିନିମୟ ଚାଲିଛି। ଗୋଇନ୍ଦା ସୂଚନା ଅନୁସାରେ ୨ରୁ ୩ ଜଣ ଆତଙ୍କବାଦୀ ଲୁଚିଥିବା ଥିବା ଖବର ପାଇବା ପରେ ସୁରକ୍ଷାବଳ ଅପରେସନ ଆରମ୍ଭ କରିଥିଲା।

ସେନା, ଜମ୍ମୁ-କାଶ୍ମୀର ପୋଲିସ ଏବଂ ସ୍ପେସିଆଲ ଅପରେସନ ଗ୍ରୁପ (SOG) ମିଶି ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ସେନାକୁ ଦେଖି ହଠାତ୍ ଗୁଳି ଚଲାଇଥିଲେ। ପ୍ରତିହତ ଜବାବରେ ସୁରକ୍ଷାବଳମାନେ ମଧ୍ୟ ଜବାବୀ ଗୁଳିବର୍ଷା କରିଥିଲେ। ଏହି ଗୁଳି ବିନିମୟ ଭିତରେ ଜଣେ ଭାରତୀୟ ଯବାନ ଗୁଳି ଲାଗି ଆହତ ହୋଇଛନ୍ତି। ତାଙ୍କୁ ସେନା ହସ୍ପିଟାଲକୁ ଭର୍ତ୍ତି କରି ଚିକିତ୍ସା ଚାଲିଛି।

ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏବେ ମଧ୍ୟ ଗୁଳି ବିନିମୟ ଜାରି ରହିଛି। ସୁରକ୍ଷା ବଳ ଉଭୟ ଦିଗରୁ ଅଗ୍ରସର ହୋଇ ଆତଙ୍କବାଦୀମାନଙ୍କୁ ଦମନ କରିବାରେ ଲାଗିଛନ୍ତି। ଏହି ଅପରେସନ ନିମନ୍ତେ ଅଞ୍ଚଳରେ ଚ଼ଉକ୍ସ ସୁରକ୍ଷା ବ୍ୟବସ୍ଥା କରାଯାଇଛି। କୁପୱାଡାରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ଦମନ କରିବା ନେଇ ସେନା ଆଉ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ସୂଚନା ମିଳିଛି।