Hot Posts

6/recent/ticker-posts

ତୁମୁଡ଼ିବନ୍ଧରେ ଆତଙ୍କ ଛାଡ଼ିଲା: ଡକାୟତ ଗ୍ୟାଙ୍ଗ ଗିରଫ, ପୋଲିସଙ୍କ ବଡ଼ ସଫଳତା

ତୁମୁଡ଼ିବନ୍ଧ, ୧୨/୩ :  କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ଅଞ୍ଚଳରେ ଦୁଇ ମାସ ଧରି ଆତଙ୍କ ସୃଷ୍ଟି କରିଥିବା କୁଖ୍ୟାତ ଡକାୟତ ଗ୍ୟାଙ୍ଗର ଅଂତ ହୋଇଛି। ତୁମୁଡ଼ିବନ୍ଧ ପୋଲିସ ଏହି ଗ୍ୟାଙ୍ଗର ପାଞ୍ଚ ଦୁର୍ଦ୍ଦାନ୍ତ ସଦସ୍ୟଙ୍କୁ ଗିରଫ କରିବାରେ ସଫଳତା ହାସଲ କରିଛି।

ମାସ୍କ ପିନ୍ଧି, ଭୁଜାଲି ଏବଂ ବନ୍ଧୁକ ମୁନରେ ଡକାୟତି କରୁଥିଲେ ଏହି ଡକାୟତ ଗୋଷ୍ଟି । ଠିକାଦାର ଏବଂ ବ୍ୟବସାୟୀମାନଙ୍କ ଘରକୁ ପଶି ଆତଙ୍କ ସୃଷ୍ଟି କରିଥିଲେ। ଏହି ଗ୍ୟାଙ୍ଗ ତୁମୁଡ଼ିବନ୍ଧ ଅଞ୍ଚଳରେ ଡକାୟତି କରି ମୁନିଗୁଡ଼ା ଅଞ୍ଚଳର ଜଙ୍ଗଲରେ ଆତ୍ମଗୋପନ କରୁଥିଲେ। ଶେଷରେ, କୋଟଗଡ଼ରୁ ମୁନିଗୁଡ଼ା ଯାଉଥିବା ସମୟରେ ପୋଲିସ ଏମାନଙ୍କୁ ଗିରଫ କରିଥିଲା।ପୋଲିସ ଗିରଫ ଡକାୟତଙ୍କଠାରୁ ୧୫୦ ଗ୍ରାମ ସୁନା ଅଳଙ୍କାର, ୧୬ ଗ୍ରାମ ରୁପା ଅଳଙ୍କାର, ୩୩,୩୦୦ ଟଙ୍କା ନଗଦ, ଦୁଇଟି ମୋବାଇଲ ଏବଂ ପାଞ୍ଚଟି କଳା ମାସ୍କ ଜବତ କରିଛି।

ଗିରଫ ହୋଇଥିବା ପାଞ୍ଚ ଅଭିଯୁକ୍ତ ହେଲେ:

ପ୍ରିୟରଞ୍ଜନ ମଣ୍ଡଳ (ମାଲିପଡ଼ା, ତୁମୁଡ଼ିବନ୍ଧ)

ମୋତିରାମ ପରାସେଠ୍‌ (ତୁମୁଡ଼ିବନ୍ଧ)

ପିଙ୍କୁ ନାୟକ (ବୁଡ଼ାପଡ଼ା)

ରିଚାର୍ଡ ନାୟକ (ଶଗଡ଼ିଆ ସାହି)

ଜନକ ନାୟକ (କୁପିବାଡ଼ି, ଦାରିଙ୍ଗିବାଡ଼ି)

ଏହି ଗ୍ୟାଙ୍ଗର ବହୁତ ବଡ଼ ନେଟ୍‌ଓ୍ବର୍କ ଥିବା ଏବଂ ଆଉ ଅନେକ ଲୋକ ଏହି ଅପରାଧରେ ଜଡ଼ିତ ଥିବା ଅନୁମାନ ରହିଥିବା ପୋଲିସ କହିଛି।ବାଲିଗୁଡ଼ା ଏସ୍‌ଡିପିଓ ରମେନ୍ଦ୍ର ପ୍ରସାଦ କହିଛନ୍ତି, ଏହି ଗ୍ୟାଙ୍ଗର ବହୁତ ଅନ୍ୟାନ୍ୟ ସଦସ୍ୟ ରହିପାରନ୍ତି ଏବଂ ତଦନ୍ତ ଜାରି ରହିଛି। ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ବିପରୀତ ଆଗରୁ ମଧ୍ୟ ବିଭିନ୍ନ ଥାନାରେ ଚୋରି ଏବଂ ଡକାୟତି ସମ୍ପର୍କିତ ମାମଲା ରହିଛି।

ତୁମୁଡ଼ିବନ୍ଧ ଅଞ୍ଚଳରେ ଏହି ଗ୍ୟାଙ୍ଗର ଆତଙ୍କ ସମାପ୍ତ ହେବାର ସହ ପୋଲିସଙ୍କ ପ୍ରଶଂସନୀୟ ଅଭିଯାନ ଏକ ବଡ଼ ସଫଳତା ହୋଇଛି। ଏହି ଅଭିଯାନ ଅଞ୍ଚଳବାସୀଙ୍କ ମନରେ ଆତଙ୍କ ହ୍ରାସ କରିବା ସହ ଆଗାମୀ ଦିନରେ ଏପରି ଅପରାଧମାନଙ୍କ ଉପରେ ପୋଲିସର ଆକ୍ରମଣ ଜାରି ରହିବ ବୋଲି ଅନେକ ମାନୁଛନ୍ତି।