Hot Posts

6/recent/ticker-posts

ବେଲୁଚିସ୍ତାନ ରେଳ ଅପହରଣ ଏକ ରହସ୍ୟମୟ ଦ୍ଵନ୍ଦ୍ଵ, ଠକୁଛି କି ପାକିସ୍ତାନ?

ଇସଲାମାବାଦ, ୧୩ /୩ : ପାକିସ୍ତାନର ବେଲୁଚିସ୍ତାନରେ ହାଇଜାକ୍‌ ଜାଫର ଏକ୍ସପ୍ରେସ ଦୁର୍ଦାନ୍ତ ଉତ୍ତେଜନା ସୃଷ୍ଟି କରିଛି। ବାଲୁଚ ଲିବରେସନ ଆର୍ମି (BLA) ଏହି ଟ୍ରେନକୁ ଅପହରଣ କରିଥିବା ଦାବି କରି ୧୫୦ ପାକିସ୍ତାନୀ ସୈନିକ ସେମାନଙ୍କ ଅଧିନରେ ରହିବାର ମଧ୍ୟ ଦାବି କରିଛନ୍ତି। ଏହି ଘଟଣା ପାଇଁ ପାକିସ୍ତାନ ସରକାର ଏବଂ BLA ଭିନ୍ନ ଭିନ୍ନ ଦାବି ପ୍ରସ୍ତାବ କରୁଛନ୍ତି, ଯାହା ଅଭିଯୋଗ ଓ ଚର୍ଚ୍ଚାକୁ ଜନ୍ମ ଦେଇଛି।

BLA ଅନୁଯାୟୀ, ଟ୍ରେନରେ ୪୨୬ ଜଣ ଯାତ୍ରୀ ଥିଲେ, ଯେଉଁଥିରେ ୨୧୪ ଜଣ ପାକିସ୍ତାନୀ ସୈନିକ ଅଛନ୍ତି। ସେମାନେ ୬୦ ଜଣ ସୈନିକଙ୍କୁ ହତ୍ୟା କରିଥିବା ଏବଂ ୧୫୦ ଜଣ ସୈନିକ ଏବେ ମଧ୍ୟ ବନ୍ଧକ ଅଛନ୍ତି ବୋଲି ଦାବି କରୁଛନ୍ତି। ଏହା ସହିତ ୨୧୨ ଜଣ ସାଧାରଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ଛାଡ଼ି ଦିଆଯାଇଥିଲା। BLA ପାକିସ୍ତାନକୁ 241 ବେଲୁଚି ବନ୍ଧୀଙ୍କୁ ମୁକ୍ତ କରିବା ପାଇଁ ୧ଟା ସମୟସୀମା ଦେଇଥିଲା, ନହେଲେ ପ୍ରତି ଘଣ୍ଟା ୫ ଜଣ ସୈନିକଙ୍କୁ ହତ୍ୟା କରିବା ଚେତାବନୀ ଦେଇଛି।

ପାକିସ୍ତାନ ଅଧିକାରୀମାନେ BLA ର ଦାବି ଅସ୍ୱୀକାର କରି, ସେନା ଓ ବାୟୁସେନା ଅପରେସନ ଜରିଆରେ ସମସ୍ତ ବନ୍ଧକମାନଙ୍କୁ ମୁକ୍ତ କରି ଦେଇଯାଇଥିବା କହିଛନ୍ତି। ପାକିସ୍ତାନୀ ସେନା ମାତ୍ର ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ଏବଂ 33 BLA ଯୋଦ୍ଧାଙ୍କୁ ନିହତ କରିଥିବା ଦାବି କରୁଛି। କୌଣସି ଯାତ୍ରୀ ଆହତ ହୋଇନଥିବା ଏବଂ ଅପରେସନ ସଫଳ ହୋଇଥିବା କହାଯାଇଛି।

BLA ଏହା ପ୍ରମାଣ କରିବାକୁ ଚାଲେଞ୍ଜ କରିଛି ଯେ ପାକିସ୍ତାନ ତାଙ୍କ ସୈନିକଙ୍କ ପ୍ରତି ଚିନ୍ତିତ ନୁହେଁ। ଏହି ଘଟଣା ସମ୍ପର୍କରେ ଏକ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଟ୍ରେନ ବାହାରେ 70-80 ମୃତଦେହ ଦେଖିଥିଲେ ଏବଂ ଟ୍ରେନ ଭିତରେ ମଧ୍ୟ ଅନେକ ମୃତଦେହ ପଡ଼ିଥିଲା। ଏହି ଘଟଣା ସତ୍ୟ ନା କି ଏକ ଯୌଥ ଚାଳ, ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ନୁହେଁ।

ପ୍ରଶ୍ନ ଉଠୁଛି: ଯଦି ପାକିସ୍ତାନର ଦାବି ସତ୍ୟ ହୋଇଥାଏ, ତେବେ ନିହତ BLA ଯୋଦ୍ଧାମାନଙ୍କ ମୃତଦେହ କେଉଁଠି? ଟ୍ରେନ ଏବେ କେଉଁ ଅବସ୍ଥାରେ ଅଛି? ଏବଂ ଏହି ଉତ୍ତେଜନାର ସତ୍ୟ ତଥ୍ୟ କଣ?

ଏବେ ପ୍ରଶ୍ନ ଏହା: ପାକିସ୍ତାନ ସରକାର ଏବଂ BLA ମଧ୍ୟରେ କିଏ ସତ୍ୟ କହୁଛି ଏବଂ କିଏ ମିଥ୍ୟା?