Hot Posts

6/recent/ticker-posts

ଗନ୍ଧମାର୍ଦ୍ଧନରେ ବିଜା କାଠ ଚୋରି ଚେଷ୍ଟା! ବନ ବିଭାଗ ଜବତ କଲା ପିକଅପ ଗାଡ଼ି

ପଦ୍ମପୁର, ୧୭/୩ :  – ଗନ୍ଧମାର୍ଦ୍ଧନ ରିଜର୍ଭ ଜଙ୍ଗଲରୁ ବିଜା କାଠ ଅବୈଧ ଭାବରେ ଚାଲାଣ ହେଉଥିବା ମଧ୍ୟରେ ବନ ବିଭାଗ ଏକ ମହତ୍ତ୍ୱପୂର୍ଣ୍ଣ ଅଭିଯାନ ଚାଲି ଗାଡ଼ି ଜବତ କରିଛି। ପଦ୍ମପୁର ବ୍ଲକ ଥିବା ବୋଡ଼େନ ଥାନା ଅନ୍ତର୍ଗତ ଧଉଁଲିବାହାଲ ଗ୍ରାମ ନିକଟରେ ଏହି ଚୋରି ଘଟଣା ଘଟିଥିବା  ସୂଚନା ମିଳିଛି। ମହିନ୍ଦ୍ରା ମ୍ୟାକ୍ସ ପିକଅପ (ଓଆର ୦୩ ଡି ୧୮୩୨) ଗାଡ଼ିକୁ ଜବତ କରି ୪୦ CFT ବିଜା କାଠ ଜବତ କରାଯାଇଛି।  

ରବିବାର ବିଳମ୍ବିତ ରାତ୍ରିରେ, ଅବୈଧ ଭାବେ ମୂଲ୍ୟବାନ ବିଜା କାଠ ଚାଲାଣ ଚଳିଥିବା ସମୟରେ ବନ ବିଭାଗର ଟିମ୍ ଅଭିଯାନ ଚାଲାଇ ଏହି ଗାଡ଼ିକୁ ଜବତ କରିଛି। ବନ ଅଧିକାରୀ ସୁଦାମ ଜଗଦଲା, ବନପାଳ ସରୋଜ କୁମାର ସାହୁ, ଚିନ୍ମୟୀ ମହାପାତ୍ର, ସ୍ବାର୍ଡ ମାଧବ ଖର୍ସେଲ, ରଞ୍ଜନ ଭଏସା ଏବଂ ମାନ ଠେଠୁଆ ମିଶି ଏହି ଅଭିଯାନ ପ୍ରଚଳନ କରିଥିଲେ।  

ଅଭିଯାନ ସମୟରେ ଅନ୍ଧାର ରାତି ଏବଂ ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ଡ୍ରାଇଭର ସହିତ ଅନ୍ୟ ଅପରାଧୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଏହି ଅପରାଧୀମାନଙ୍କୁ ଧରିବାକୁ ବନ ବିଭାଗ ଏବଂ ପୋଲିସ ଏକ ସଂଯୁକ୍ତ ଅଭିଯାନ ଆରମ୍ଭ କରିଛି।  

ଗନ୍ଧମାର୍ଦ୍ଧନ ରିଜର୍ଭ ଜଙ୍ଗଲରେ ବନସମ୍ପଦ ଚୋରି ବୃଦ୍ଧି ପାଉଥିବା ଜଣାପଡ଼ିଛି। ଏପରି ଅବୈଧ କାଠ ଚାଲାଣ ରୋକିବା ପାଇଁ ଅଞ୍ଚଳରେ ଅଧିକ ଟିମ୍ ଗଠନ, ସଂଯୁକ୍ତ ଅଭିଯାନ ଏବଂ କଠୋର ଆଇନୀ ପଦକ୍ଷେପ ଅବଶ୍ୟକ।