ଭୁବନେଶ୍ୱର, ୧୮/୩ : ଜଳ ସଂରକ୍ଷଣ ଏବଂ ପରିଚାଳନା ବୃଦ୍ଧି ପାଇଁ ଓଡ଼ିଶା ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ରାଜ୍ୟର ମହାନଦୀ ଶାଖା ନଦୀଗୁଡ଼ିକରେ ୭ଟି ନୂତନ ବ୍ୟାରେଜ୍ ନିର୍ମାଣ କରାଯିବ ବୋଲି ଓଡ଼ିଶା ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ବିଧାନସଭାରେ ଘୋଷଣା କରିଛନ୍ତି।
ସେ କହିଛନ୍ତି ଯେ, ଏହି ବ୍ୟାରେଜ୍ ନିର୍ମାଣ ରାଜ୍ୟର ପାନୀୟ ଜଳ ଯୋଗାଣ, ଜଳସେଚନ, ଏବଂ ଚାଷିମାନଙ୍କ ସ୍ୱାର୍ଥ ପାଇଁ ଏକ ମାଇଲସ୍ଟୋନ୍ ସାବିତ ହେବ। ଏହି ଯୋଜନା ସମ୍ପର୍କରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ହୋଇଛି ଏବଂ ଛତିଶଗଡ଼ ସରକାରଙ୍କ ସହିତ ମଧ୍ୟ ପାରସ୍ପରିକ ଆଲୋଚନା ଚାଲିଛି। ଉଭୟ ରାଜ୍ୟର ଅଧିକାରୀମାନେ ଏହି ପ୍ରସଙ୍ଗରେ ବୈଠକ ମଧ୍ୟ କରିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।
ଏହି ବ୍ୟାରେଜ୍ ନିର୍ମାଣ ଦ୍ୱାରା ଓଡ଼ିଶାରେ ଜଳସେଚନ ବ୍ୟବସ୍ଥା ବୃଦ୍ଧି ପାଇବା ସହିତ ଜଳ ଅଭାବ ହୋଇଥିବା ଅଞ୍ଚଳମାନେ ଉପକୃତ ହେବାର ସମ୍ଭାବନା ରହିଛି।