Hot Posts

6/recent/ticker-posts

କୋକସରାରେ ଅବକାରୀ ଯୁଦ୍ଧ ! ଢାବାରେ ଚଢ଼ାଉ, ବିପୁଳ ପରିମାଣର ଅବୈଧ ମଦ ଜବତ

କୋକସରା, ୨୩/୩ : କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଅବକାରୀ ଅଧିକାରୀମାନେ ଏକ ବଡ଼ କାର୍ଯ୍ୟାନୁଷ୍ଠାନରେ ଅବୈଧ ମଦ ବ୍ୟବସାୟ ବିରୁଦ୍ଧେ ଚଢ଼ାଉ କରି ବିପୁଳ ପରିମାଣର ଅବୈଧ ମଦ ଜବତ କରିଛନ୍ତି। ଏହି ଅଭିଯାନରେ ୨ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି, ଯେଉଁମାନେ ଏହି ବେଆଇନ କାରୋବାର ସହିତ ଜଡିତ ଥିବାର ଅଭିଯୋଗ ରହିଛି।

ଶନିବାର, ୨୬ ନମ୍ବର ଜାତୀୟ ରାଜପଥର ବୋବରିଆ ଛକ ନିକଟରେ ଏକ ଢାବା ଏବଂ କାଉଡୋଳା ଗ୍ରାମରେ ଅବକାରୀ ବିଭାଗ ଚଢ଼ାଉ କରିଥିଲା। ଏହି ଅଭିଯାନରେ ଢାବାରୁ ଅପାର ପରିମାଣର ବେଆଇନ ମଦ ଓ ଏହା ସମ୍ପୃକ୍ତ ଦଳିଲା ଟଙ୍କା ଜବତ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ:

ଜଗବନ୍ଧୁ ରାଉତ (୩୨) – ଜୟପାଟଣା ବ୍ଲକ, ଜୋର ଖଣ୍ଡିପଡ଼ା

ରୁଦ୍ର ସତନାମୀ (୫୫) – କାଉଡୋଳା ଗ୍ରାମ

ଅଭିଯୁକ୍ତମାନେ ଢାବା ମାଧ୍ୟମରେ ଅବୈଧ ଭାବେ ମଦ ବ୍ୟବସାୟ କରୁଥିବା ସୂଚନା ମିଳିବା ପରେ କଳାହାଣ୍ଡି ଅବକାରୀ ଏସ୍‌ପି ରଞ୍ଜନ କୁମାର ନାଏକ ଓ ଅବକାରୀ ଅଧିକ୍ଷକ ସାଗରିକା ପ୍ରଧାନଙ୍କ ନିର୍ଦ୍ଦେଶରେ ଏହି ଅଭିଯାନ ଚଳାଯାଇଥିଲା।

ଚଢ଼ାଉ ସମୟରେ ୩୨୧୦ଶହ ଟଙ୍କା ସହ ଅପାର ପରିମାଣର ଅବୈଧ ମଦ ଜବତ ହୋଇଥିଲା। ଏହି ଅଭିଯାନରେ ଧର୍ମଗଡ଼ ଅବକାରୀ ଆଇଆଇସି ସୁଧାଂଶୁ ମୁଣ୍ଡା, କୋକସରା ଓଆଇସି ନରେନ୍ଦ୍ର ମିଞ୍ଜ, କନେଷ୍ଟବଳ ଖୁଶିରାମ କଟା, ନିରଞ୍ଜନ ବେହେରା, କର୍ଣ୍ଣ ବାଗ ଓ ପ୍ରିୟମ୍ବଦା ଜେନା ଅନ୍ୟ ଅନ୍ୟ ଅଧିକାରୀମାନେ ସାମିଲ ଥିଲେ।

ଅଭିଯାନ ପରେ ଗିରଫ ହୋଇଥିବା ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅବକାରୀ ବିଭାଗ ଅବୈଧ ମଦ ବ୍ୟବସାୟ ବିରୋଧରେ ଏହି ଧରଣର କାର୍ଯ୍ୟାନୁଷ୍ଠାନ ଆଗାମୀ ଦିନରେ ଅଧିକ କଠୋର ଭାବରେ କରିବାକୁ ଚାଲିଛି।