Hot Posts

6/recent/ticker-posts

ଓଡ଼ିଶାରେ ଗ୍ରୀଷ୍ମ ଚଡ଼ଉ: ତାପମାତ୍ରା ୪୦° ସେଲ୍‌ସିୟସ୍ ଛୁଇଁବାର ସଙ୍କେତ, ସତର୍କତା ଜାରି

ଭୁବନେଶ୍ୱର, ୧୦/୩ :  – ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଗ୍ରୀଷ୍ମର ରୁଦ୍ର ରୂପ ଦେଖିବାକୁ ମିଳୁଛି। ରବିବାର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ ଏବଂ ବଲାଙ୍ଗୀର ଜିଲାରେ ତାପମାତ୍ରା ୩୭° ସେଲ୍‌ସିୟସ୍ ଅତିକ୍ରମ କରିଥିବା ରେକର୍ଡ କରାଯାଇଛି। ଅତ୍ୟଧିକ ତାପମାତ୍ରାର ସଙ୍କେତ ମିଳିଥିବାବେଳେ ଆସନ୍ତା ୪-୫ ଦିନ ମଧ୍ୟରେ ଆଉ ବୃଦ୍ଧି ହେବାର ଆଶଙ୍କା ରହିଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁସାରେ, କିଛି ଆଭ୍ୟନ୍ତରୀଣ ଜିଲାରେ ଦିନ ତାପମାତ୍ରା ୩ରୁ ୫° ଡିଗ୍ରୀ ବୃଦ୍ଧି ପାଇପାରେ, ଯାହାକି କିଛି ସ୍ଥାନରେ ୪୦° ସେଲ୍‌ସିୟସ୍‌ ପର୍ଯ୍ୟନ୍ତ ପହଞ୍ଚିବାର ସମ୍ଭାବନା ରହିଛି। ଏହା ଛଡ଼ା ରାତି ତାପମାତ୍ରା ମଧ୍ୟ ୨ରୁ ୪° ଡିଗ୍ରୀ ଅଧିକ ହେବାର ଆଶଙ୍କା ରହିଛି। ଏହି ପରିସ୍ଥିତି ଲୋକଙ୍କ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିପାରେ ବୋଲି ଅନୁମାନ କରାଯାଉଛି।

ଉଚ୍ଚ ତାପମାତ୍ରା ଦୃଷ୍ଟିରେ, ସ୍ବତନ୍ତ୍ର ରିଲିଫ୍‌ କମିଶନଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗ୍ରୀଷ୍ମକାଳୀନ ସମସ୍ୟା ମୁକାବିଲା ପାଇଁ ସମସ୍ତ ଜିଲାପାଳଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଜନସାଧାରଣଙ୍କୁ ବିଶେଷ ସତର୍କତା ବାହାରିବାକୁ କୁହାଯାଇଛି, ବିଶେଷକରି ଶିଶୁ, ବୟସ୍କ ଏବଂ ରୋଗୀମାନେ ଅଧିକ ସତର୍କ ରହିବା ଜରୁରୀ।

ପ୍ରଶାସନ ଏହି ତୀବ୍ର ଉଷ୍ମାର ସମ୍ଭାବ୍ୟ ପ୍ରଭାବକୁ ଲକ୍ଷ୍ୟରେ ରଖି ସମସ୍ତ ପ୍ରସ୍ତୁତି ନେଉଛି। ଜନସାଧାରଣଙ୍କୁ ଅତିରିକ୍ତ ପାଣି ପିବା, ଧୂପ ରୋକିବା, ଏବଂ ଆବଶ୍ୟକତା ବେଲେ ହେଲ୍ଥ ସେଣ୍ଟରକୁ ଯିବା ପରାମର୍ଶ ଦିଆଯାଇଛି।