Hot Posts

6/recent/ticker-posts

ଓଡ଼ିଶାରେ ‘ଲକ୍ଷପତି ଦିଦି’ ଯୋଜନା ଅଗ୍ରଗତିରେ:ଆଜିଠାରୁ ଦିଆଯିବ ଟ୍ରେଂନିଙ୍ଗ

ଭୁବନେଶ୍ଵର, ୧୧/୩ : ରାଜ୍ୟର ସମସ୍ତ ଜିଲାରେ ଆଜିଠୁ ଆରମ୍ଭ ହୋଇଛି ‘ଲକ୍ଷପତି ଦିଦି’ କର୍ମଶାଳା, ଯେଉଁଥିରେ ମହିଳାମାନଙ୍କୁ ଅର୍ଥନୈତିକ ଓ ବୃତ୍ତିଗତ ସ୍ଵାଧୀନତା ଦେବା ଉଦ୍ଦେଶ୍ୟରେ ପ୍ରଶିକ୍ଷଣ ଦିଆଯାଉଛି। ଓଡ଼ିଶା ଜୀବିକା ମିଶନ ମାଧ୍ୟମରେ କେନ୍ଦ୍ର ଏବଂ ରାଜ୍ୟ ସରକାର ଏହି ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି।

ଏହି କର୍ମଶାଳାରେ ତୃଣମୂଳ ସ୍ତରରେ ଲକ୍ଷପତି ଦିଦି’ ତିଆରି ପାଇଁ କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌, ସମ୍ଭାବ୍ୟ ଲକ୍ଷପତି ଦିଦି ଓ ଉତ୍ସାହୀତ ମହିଳାମାନେ ଉପସ୍ଥିତ ରହିଛନ୍ତି। ଯେଉଁ ମହିଳାମାନେ ପୂର୍ବରୁ ‘ଲକ୍ଷପତି ଦିଦି’ ହୋଇସାରିଛନ୍ତି, ସେମାନେ ଏହି କର୍ମଶାଳାରେ ନିଜ ଅନୁଭବ ଅଂଶୀଦାର କରି ଅନ୍ୟମାନଙ୍କୁ ଉତ୍ସାହିତ କରିବେ।

ଏହି ଯୋଜନା ଦ୍ୱାରା ମହିଳାମାନେ ପାଇବେ:

✔ ସ୍କିଲ ଡେଭେଲପମେଣ୍ଟ ପ୍ରଶିକ୍ଷଣ – ଜୀବିକା ଏବଂ ଚାକିରି ସୃଷ୍ଟି ପାଇଁ ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ପ୍ରଶିକ୍ଷଣ।

✔ ବ୍ୟବସାୟ ଏବଂ ରୋଜଗାର ଉପାୟ – ମହିଳାମାନେ ନିଜ ବ୍ୟବସାୟ ଆରମ୍ଭ କରିପାରିବେ।

✔ ବିନା ସୁଧରେ ଋଣ ସୁବିଧା – ମହିଳାମାନେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ପାଇପାରିବେ।

✔ ପ୍ରେରଣାଦାୟୀ ଅନୁଭବ ସଂବାଦ – ସଫଳ ଲକ୍ଷପତି ଦିଦିମାନେ ନବୀନ ମହିଳାମାନଙ୍କୁ ପ୍ରେରଣା ଦେବେ।

ଏହି ଯୋଜନା ଅନୁଯାୟୀ, ୨୦୨୭ ସୁଦ୍ଧା ଓଡ଼ିଶାରେ ୨୫ ଲକ୍ଷ ମହିଳାଙ୍କୁ ଅର୍ଥନୈତିକ ରୂପେ ସ୍ଵାଧୀନ କରିବା ଲକ୍ଷ୍ୟ ରଖାଯାଇଛି। ରାଜ୍ୟର ଏହି ଉଦ୍ୟମ ମହିଳାମାନଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିପାରିବ କି? ଏହି କର୍ମଶାଳା ଏବଂ ଯୋଜନାର ଫଳ ଦେଖିବା ଉପରେ ନିର୍ଭର କରିବ।