ଭୁବନେଶ୍ୱର, ୧୯/୩ : ୟୁଟ୍ୟୁବର ସରୋଜ ମିଶ୍ର (ତପି)ଙ୍କୁ ବୁଧବାର ଇନଫୋସିଟି ଥାନା ପୋଲିସ ଗିରଫ କରିଛି। ସୋସିଆଲ ମିଡିଆରେ ନିରନ୍ତର ଆପତ୍ତିଜନକ ମନ୍ତବ୍ୟ କରିବା, ଅନ୍ୟଙ୍କୁ ଟ୍ରୋଲ କରିବା ଏବଂ ବିବାଦ ସୃଷ୍ଟି କରିବା ଅଭିଯୋଗରେ ତାଙ୍କ ଉପରେ ମାମଲା ରୁଜୁ ହୋଇଥିଲା।
୨୦୨୩ରେ ଲେଖିକା ବନସ୍ମିତା ପତିଙ୍କ ଲେଖା ‘ଅଗ୍ନି ପରୀକ୍ଷା’ରେ ପ୍ରକାଶିତ ସଂସ୍କୃତ ଶିବ ତାଣ୍ଡବର ଓଡ଼ିଆ ଅନୁବାଦକୁ ନିଜର ଲେଖା ଭାବରେ ପ୍ରଚାର କରିଥିବା ଅଭିଯୋଗରେ ସେ ବିବାଦରେ ଜଡିତ ହୋଇଥିଲେ। ଏନେଇ ପ୍ରମାଣ ସହ ଲେଖିକା ଏବଂ ପ୍ରକାଶକ କୋର୍ଟ ଅଦାଲତର ଶରଣାପନ୍ନ ହୋଇଥିଲେ।
ଏହି ଅଭିଯୋଗ ମଧ୍ୟରେ ମିଶ୍ର ସୋସିଆଲ ମିଡିଆରେ ବନସ୍ମିତାଙ୍କୁ ନିରନ୍ତର ଟ୍ରୋଲ କରୁଥିଲେ ଏବଂ ଅପମାନଜନକ ମନ୍ତବ୍ୟ କରୁଥିଲେ। ଏହାକୁ ନେଇ ଗତ ୧୭ ମାର୍ଚ୍ଚରେ ଲେଖିକା ଇନଫୋସିଟି ଥାନାରେ ଏତଲା ଦେଇଥିଲେ। ତଦନ୍ତ ପରେ, ପୋଲିସ ଅବଶେଷରେ ତାଙ୍କୁ ଗିରଫ କରିଛି।
ଏବେ ମିଶ୍ରଙ୍କୁ ଅଦାଲତରେ ଉପସ୍ଥାପନ କରାଯିବ ଏବଂ ଆଗାମୀ ଦିନରେ ଆହୁରି ତଦନ୍ତ ଚଲିଥିବା ବୋଲି ପୋଲିସ ପକ୍ଷରୁ ଜଣାପଡ଼ିଛି।