ରବିବାର, କୁଆଁରମୁଣ୍ଡା ବ୍ଲକ ପଛ ପାର୍ଶରେ ଏକ ପୋଖରୀ ନିକଟରେ ରାଜ କୁମାରଙ୍କ ତୀର ବିଦ୍ଧ ମୃତ ଦେହ ପୁଲିସ ଉଦ୍ଧାର କରିଥିଲା। ମୃତଦେହର ଛାତିରେ ୩ଟି ତୀର ରହିଥିବା ଜଣାପଡ଼ିଛି। ମୃତକ ବୃତ୍ତିଗତ ଭାବେ ଜଣେ ପାଣି ପାଇପ ମିସ୍ତ୍ରୀ ଥିଲେ ଏବଂ ଅଞ୍ଚଳର ଏକ ଘରେ ଭଡ଼ାରେ ରହୁଥିଲେ।୨୦୨୩ରେ, ଏହି ଯୁବକ ତାଙ୍କ ପାଖ ପଡ଼ୋଶୀ ଥିବା ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିଲେ। ନିକଟରେ ସେ ଜାମିନରେ ବାହାରି ଆସି, ଉକ୍ତ ମହିଳାଙ୍କୁ ପୁଣି ଖରାପ ବ୍ୟବହାର କରିଥିଲେ। ଶନିବାର ରାତିରେ, ସେହି ମହିଳାଙ୍କ ଘରକୁ ପଶି ଧମକ ଦେବା ସହ ଅସଦାଚରଣ କରିଥିଲେ
ଏହି ଘଟଣା ପରେ, ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବୀରମିତ୍ରପୁର ଥାନାଧିକାରୀ ରାମ ପ୍ରସାଦ ନାଗ, କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ଅଭୟ ମହାପାତ୍ର ଏବଂ ସୁନ୍ଦରଗଡ଼ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଏହି ହତ୍ୟାର ମୂଳ କାରଣ ଏବଂ ଏଥିରେ କେହି ଅନ୍ୟ ଜଡ଼ିତ କି ନୁହଁ, ତାହା ଖୋଜିବା ପାଇଁ ପୋଲିସ ଦ୍ୱାରା ଗଭୀର ତଦନ୍ତ ଚାଲିଛି।