Hot Posts

6/recent/ticker-posts

ପ୍ରଧାନମନ୍ତ୍ରୀ ମୋଦି-ତୁଳସୀ ଗବାର୍ଡ ସାକ୍ଷାତ: ଖଲିସ୍ତାନୀ ଆତଙ୍କ ଓ ଦ୍ୱିପାକ୍ଷିକ ସମ୍ପର୍କରେ ଅଲୋଚନା

ନୂଆଦିଲ୍ଲୀ, ୧୭/୩ :– ଭାରତ-ଆମେରିକା ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧିକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକୀୟ ଗୋଇନ୍ଦା ମୁଖ୍ୟ ତୁଳସୀ ଗବାର୍ଡଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି। ଏହି ସାକ୍ଷାତ ସମୟରେ, ପ୍ରଧାନମନ୍ତ୍ରୀ ମୋଦି ତୁଳସୀଙ୍କୁ ମହାକୁମ୍ଭର ପବିତ୍ର ଗଙ୍ଗାଜଳ ଉପହାର ଦେଇଥିଲେ, ଯେଉଁଥିରେ ତୁଳସୀ ମଧ୍ୟ ପ୍ରତିଦାନ ସ୍ବରୂପ ଏକ ତୁଳସୀ ମାଳା ଉପହାର କରିଥିଲେ।

ତୁଳସୀ ଗବାର୍ଡ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ବୈଠକ କରିଥିଲେ। ଏହି ବୈଠକରେ, ଭାରତ ପକ୍ଷରୁ ଆମେରିକା ଭିତରେ ବୃଦ୍ଧି ପାଉଥିବା ଖଲିସ୍ତାନୀ ଆତଙ୍କବାଦ ଓ "ଶିଖ ଫର୍‌ ଜଷ୍ଟିସ (SFJ)" ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା। ଏହି ସଂଗଠନର ମୁଖ୍ୟ ଗୁରୁପତୱନ୍ତ ସିଂହ ପନ୍ନୁ, ଖଲିସ୍ତାନୀ ଆନ୍ଦୋଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଥିବା କଥା ଜଣାପଡିଛି।

ଏହା ପ୍ରଧାନମନ୍ତ୍ରୀ ମୋଦି ଏବଂ ତୁଳସୀଙ୍କ ଦ୍ୱିତୀୟ ସାକ୍ଷାତ ଥିଲା। ଫେବୃଆରୀରେ, ପ୍ରଧାନମନ୍ତ୍ରୀ ମୋଦି ଆମେରିକା ଗସ୍ତରେ ଥିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରଥମ ସାକ୍ଷାତ ହୋଇଥିଲା। ସେଥିପରେ, ପ୍ରଧାନମନ୍ତ୍ରୀ ମୋଦି ଡୋନାଲ୍ଡ ଟ୍ରମ୍ପ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ, ଯେଉଁଥିରେ ଆତଙ୍କବାଦ, ସାଇବର ସୁରକ୍ଷା ଏବଂ ଭାରତ-ଆମେରିକା ଅର୍ଥନୈତିକ ସମ୍ପର୍କ ବୃଦ୍ଧି ଉପରେ ଚର୍ଚ୍ଚା ହୋଇଥିଲା।

ଏହି ତତ୍ତ୍ୱପୂର୍ଣ୍ଣ ବୈଠକ ଆଗାମୀ ଦିନରେ ଭାରତ-ଆମେରିକା ସମ୍ପର୍କରେ ଏକ ନୂତନ ଅଧ୍ୟାୟ ଖୋଲିପାରେ ବୋଲି ଅନଲେଚକମାନେ ମନେ କରୁଛନ୍ତି।