ସୂଚନା ଅନୁଯାୟୀ, ଜାନି ଗ୍ରାମ ନିକଟର ଏକ ବଡ଼ ତେନ୍ତୁଳି ଗଛରେ ଚଢି ଫଳ ତୋଳୁଥିଲେ। ଏହି ସମୟରେ ସେ ଭାରସାମ୍ୟ ହରାଇ ଉଚ୍ଚତାରୁ ତଳେ ଖସିପଡି ଗୁରୁତର ଆହତ ହୋଇଥିଲେ। ଘଟଣା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୁଙ୍କି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ।ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ପଟ୍ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ରାଫର କରାଯାଇଥିଲା। କିନ୍ତୁ ଚିକିତ୍ସା ଚାଲିଥିବାବେଳେ ସେ ଆଖି ବୁଜିଦେଲେ। ଖବର ପାଇ ସୁଙ୍କି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଦେଇଛି। ଏସହିତ, ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଛି।
ଏହି ଅପମୃତ୍ୟୁ ପରିବାରରେ ଶୋକର ଛାୟା ଆଣିଦେଇଛି। ବିଶେଷକରି, ଜାନିଙ୍କ ସ୍ତ୍ରୀ ଭାଙ୍ଗିପଡି ଅବସ୍ଥାରେ ଅଛନ୍ତି। ତେନ୍ତୁଳି ଗଛ ଯାହା ସେମାନଙ୍କ ପାଇଁ ରୋଜଗାର ଦେଇଥିଲା, ତାହା ବର୍ତ୍ତମାନ ତାଙ୍କ ପତିଙ୍କ ଜୀବନ ନେଇନେଇଛି। "ଏହି ଗଛ ଆମ ପାଇଁ ରୋଜଗାର ଆଣୁଥିଲା, ଏବେ ଏହି ହେଲା ମୋ ଜୀବନର କାଳ," ବୋଲି ତାଙ୍କ ଅଶ୍ରୁ ସହ ଯନ୍ତ୍ରଣାର ବର୍ଣ୍ଣନା କରିଛନ୍ତି।ଗ୍ରାମବାସୀମାନେ ଏହି ଅକାଳ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରି ତାଙ୍କ ପରିବାର ପାଇଁ ସାମାଜିକ ସହଯୋଗ ଦେବାର ପ୍ରୟାସ ଚାଲୁ କରିଛନ୍ତି।