Hot Posts

6/recent/ticker-posts

ସରକାରୀ ସ୍କୁଲର ରୂପାନ୍ତର: ଏବେ ଗେରୁଆ ରଙ୍ଗରେ ରଞ୍ଜିବ ସ୍କୁଲ ଭବନ

ଭୁବନେଶ୍ୱର, ୫ /୩ : ରାଜ୍ୟରେ ସରକାରୀ ଓ ପ୍ରିଏମଶ୍ରୀ ସ୍କୁଲମାନଙ୍କ ଭବନ ଏବେ ନୂଆ ରୂପ ନେବ। ଏଥିପାଇଁ ରଙ୍ଗ ପରିବର୍ତ୍ତନ କରି ଏହି ସ୍କୁଲଗୁଡ଼ିକୁ ଗେରୁଆ ରୂପ ଦିଆଯିବ। ଏନେଇ ରାଜ୍ୟ ସରକାର ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଏକ ନିର୍ଦ୍ଦେଶ ଜାରି କରାଯାଇଛି।ରାଜ୍ୟରେ ନୂଆ ତିଆରି ହେଉଥିବା ସରକାରୀ ସ୍କୁଲ ଏବଂ ଅନ୍ୟାନ୍ୟ ସରକାରୀ କୋଠାଗୁଡ଼ିକ ଏହି ନୂଆ ରଙ୍ଗ କୋଡ୍‌ ଅନୁସାରେ ସ୍ଥିର ହେବ। ସେହିପରି, ପୁରୁଣା ସ୍କୁଲ ଭବନଗୁଡ଼ିକର ମରାମତି କିମ୍ବା ରେନୋଭେସନ୍‌ ସମୟରେ ମଧ୍ୟ ଏହି ଗେରୁଆ ରଙ୍ଗକୁ ଅନୁସରଣ କରାଯିବ।

ପୂର୍ବରୁ ରାଜ୍ୟରେ ସରକାରୀ ସ୍କୁଲ ଏବଂ ଅନ୍ୟାନ୍ୟ ସରକାରୀ କୋଠାଗୁଡ଼ିକ ପ୍ରାୟତଃ ନୀଳ ରଙ୍ଗରେ ରଞ୍ଜିତ ଥିଲା। ତେବେ, ଏବେ ଏହି ପ୍ରଥାକୁ ବଦଳି ଗେରୁଆ ରଙ୍ଗ ଅନିବାର୍ଯ୍ୟ କରାଯାଇଛି।ଏହି ରଙ୍ଗ ପରିବର୍ତ୍ତନ ରାଜ୍ୟରେ ୫ଟି ଅଗ୍ରଗତିମୂଳକ ପରିବର୍ତ୍ତନର ଏକ ଅଂଶ। ପୂର୍ବରୁ ବିଭିନ୍ନ ସରକାରୀ ଭବନର ରଙ୍ଗକୁ ପରିବର୍ତ୍ତନ କରାଯାଇଥିଲା, ଏବେ ଏହି ନୂଆ ନିଷ୍ପତ୍ତି ସରକାରୀ ସ୍କୁଲମାନଙ୍କୁ ମଧ୍ୟ ଅନ୍ତର୍ଭୂକ୍ତ କରିଛି।ଏହି ରୂପାନ୍ତର ମାଧ୍ୟମରେ ରାଜ୍ୟ ସରକାର ସ୍କୁଲ ଭବନମାନଙ୍କୁ ଏକ ଏକତାମୂଳକ ଓ ନୂତନ ଅଭିଗମନର ଚିହ୍ନ ଦେବାକୁ ଚାହୁଁଛି।