ସୂଚନା ଅନୁଯାୟୀ, ଓଡ଼ି ୦୫ ବିଟି ୦୯୧୨ ଗାଡ଼ି ମାଧ୍ୟମରେ ଫୁଲବାଣୀରୁ ବୌଦ୍ଧ ଅଞ୍ଚଳକୁ ଅବৈଧ ଭାବରେ ଗଞ୍ଜେଇ ପରିବହନ କରାଯାଉଥିବା ସୂଚନା ମିଳିଥିଲା। ଏହି ଗାଡ଼ିକୁ ଅଟକାଇ ଯାଞ୍ଚ କରିବା ସମୟରେ ଏଥିରୁ ବଡ଼ ପରିମାଣର ଗଞ୍ଜେଇ ଜବତ ହୋଇଛି। ଗାଡ଼ିରେ ଥିବା ଦୁଇ ଜଣ ଅଭିଯୁକ୍ତ ପଳାଇଯାଇଥିବା ବେଳେ ଏହି ଚୋରା ଚାଲାଣକୁ ସୁରକ୍ଷା ଦେବା ଥିବା ଓଡ଼ି ୦୨ ଡିଏ ୦୮୨୫ ଗାଡ଼ିକୁ ମଧ୍ୟ ଜବତ କରାଯାଇଛି।
ଅଭିଯୁକ୍ତ ମୂଳ ସୁବଳିଆ ଗ୍ରାମର ସାନନ୍ଦ ନାୟକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅବକାରୀ ବିଭାଗ ୩୦୦/୨୪-୨୫ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଛି। ଏନେଇ ଅବକାରୀ ବିଭାଗର ସବ୍-ଇନ୍ସପେକ୍ଟର ଭବାନୀ ଶଙ୍କର ସେଠୀ ସୂଚନା ପ୍ରଦାନ କରିଛନ୍ତି।