Hot Posts

6/recent/ticker-posts

କେନ୍ଦ୍ରାପଡ଼ାରେ ମହିଳାଙ୍କୁ ଉଲଗ୍ନ କରି ଆକ୍ରମଣ, ୧୦ ଜଣ ବିରୋଧରେ ଅଭିଯୋଗ

କେନ୍ଦ୍ରାପଡ଼ା, ୪/୩: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ସମଲପୁର ଗ୍ରାମରେ ଜଣେ ମହିଳାଙ୍କୁ ଉଲଗ୍ନ କରି ନିର୍ମମ ମାଡ଼ ମରାଯାଇଥିବା ଘଟଣା ସମ୍ମୁଖକୁ ଆସିଛି। ଏହି ଅମାନବିକ ଆକ୍ରମଣ ନେଇ ସଦର ଥାନାରେ ମାମଲା ରୁଜୁ ହୋଇଥିବା ପରେ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସ୍ଥାନୀୟ ସୂଚନା ଅନୁସାରେ, କେତେକ ଯୁବକ ମହିଳାଙ୍କ ଘର ସମ୍ମୁଖକୁ ଆସି ତାଙ୍କୁ ଅପମାନଜନକ ଭାବରେ ଗାଳିଗୁଲଜ କରୁଥିଲେ। ମହିଳା ଏହି ଅସଭ୍ୟତାର ପ୍ରତିବାଦ କରିଲେ, ତା’ପରେ ତାଙ୍କୁ ଗାଁଦାଣ୍ଡରେ ଉଲଗ୍ନ କରି ନିର୍ମମ ଭାବରେ ମାଡ଼ ମରାଯାଇଥିଲା। ଏହା କେବଳ ଏଠି ଅବସ୍ଥାନନ୍ତର ରହିନାହିଁ, ମହିଳା ଅଶ୍ଳୀଳ ଅଭଦ୍ର ଭାଷାରେ ଗାଳିଗୁଲଜ, ମୁଣ୍ଡ ଓ ଚୁଟି ଘୋଷାରି ମାଡ଼ ଓ ଅନ୍ୟାନ୍ୟ ଆଘାତର ସମ୍ମୁଖୀନ ହୋଇଛନ୍ତି।ମହିଳା ଜଣଙ୍କ ମୁଣ୍ଡ, ହାତ ଏବଂ ପେଟରେ ଗଭୀର ଚୋଟ ଲାଗିଛି। ଘଟଣା ପରେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଯାଇଛି। ଏବେ ପୋଲିସ ଘଟଣାକୁ ଗୁରୁତ୍ୱର ସହିତ ନେଇ ତଦନ୍ତ ଜାରି ରଖିଛି। ଏପର୍ଯ୍ୟନ୍ତ ୧୦ ଜଣ ବିରୋଧରେ ଅଭିଯୋଗ ରୁଜୁ ହୋଇଛି।

ମହିଳା ଜଣକ ଦାବି କରିଛନ୍ତି ଯେ, ଏହି ଆକ୍ରମଣ ପୂର୍ବ ଶତ୍ରୁତା ଫଳରୂପ। ଗ୍ରାମର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ପୂର୍ବରୁ ମଧ୍ୟ ତାଙ୍କ ସହ ଦ୍ବେଷ ରଖି ଆସୁଥିଲା। ଅନେକ ସମୟ ମାମଲା ଲାଗିଥିଲେ ମଧ୍ୟ, ଏବେ ଏମିତି ନିର୍ମମ ଆକ୍ରମଣ ଘଟିଥିବା ଗଭୀର ଚିନ୍ତାର ବିଷୟ। ପୋଲିସ ଅଭିଯୁକ୍ତମାନଙ୍କୁ ଦୃତ ଗିରଫ କରିବା ଦାବି କରୁଛନ୍ତି ସ୍ଥାନୀୟ ଲୋକମାନେ।