ହାଟଡିହୀ, ୧୪/୩ : କେନ୍ଦୁଝର ଜିଲ୍ଲା ହାଟଡିହୀ ବ୍ଲକ ଅଧୀନ ମରୈଗାଁ ସମବାୟ ସମିତି ଲିମିଟେଡ଼ ସମ୍ପୃକ୍ତ ଅନୁସନ୍ଧାନୀ ମାମଲାରେ ଓଡିଶା ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଜାରି କରିଛି। ଉକ୍ତ ମାମଲା (କେସ୍ ନଂ: WPC 6781/2025) ଅନ୍ତର୍ଗତ, ଆରସିଏସ ଓଡିଶା ଏବଂ ଡିଆରସିଏସ ବାଲେଶ୍ୱର ଡିଭିଜନଙ୍କୁ ପକ୍ଷ କରାଯାଇଛି।
ନ୍ୟାୟାଳୟ ନିର୍ଦ୍ଦେଶ ଅନୁସାରେ, ପ୍ରକ୍ରିୟା (ପ୍ରୋସିଡିଂ) ଚାଲିବ, କିନ୍ତୁ ପରବର୍ତ୍ତୀ ତାରିଖ ପର୍ଯ୍ୟନ୍ତ ଆବେଦନକାରୀଙ୍କ ବିରୁଦ୍ଧରେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉ ଯିବନାହିଁ। ପରବର୍ତ୍ତୀ ଶୁଣାଣି ୧୮ ମାର୍ଚ୍ଚ ୨୦୨୫ରେ ହେବ।
ମରୈଗାଁ ସମବାୟ ସମିତିର ଲକ୍ଷାଧିକ ଟଙ୍କା ହେରଫେର ନେଇ ସମ୍ପାଦକ ଶରତ ସେଠି ଛନ୍ଦି ହୋଇଥିଲେ। ଏହି ଘଟଣାକୁ ଦୃଷ୍ଟିରେ ରଖି, କେନ୍ଦୁଝର ଡିଆରସିଏସ ଶୁଭ୍ରକାନ୍ତି ତୁଙ୍ଗ ମ୍ୟାନେଜମେଣ୍ଟ କମିଟିକୁ "ଜବାବ ଦିଅ" ନୋଟିସ ଜାରି କରିଥିଲେ। ପରେ, ୬ ମାସ ପାଇଁ ସମିତି କମିଟିକୁ ରଦ୍ଦ କରାଯାଇଥିଲା।
ଆନନ୍ଦପୁର ଏଆରସିଏସ କାର୍ଯ୍ୟାଳୟର ଅଧିକାରୀ ନିତ୍ୟାନନ୍ଦ ଦେହୁରୀଙ୍କୁ ସମିତିର ମ୍ୟାନେଜମେଣ୍ଟ ଇନ୍-ଚାର୍ଜ (MIC) ଭାବେ ନିଯୁକ୍ତ କରାଯାଇଥିଲା। କିନ୍ତୁ, ଯେତେବେଳେ ଦେହୁରୀ ସମିତିର ଦାୟିତ୍ୱ ନେବାକୁ ଯାଇଥିଲେ, ସମ୍ପାଦକ ଶରତ ସେଠି କୌଣସି ଆବଶ୍ୟକ ରେକର୍ଡ ଦେଇନଥିଲେ।
ଏଥିପାଇଁ, ଆନନ୍ଦପୁର ଏଆରସିଏସ କାର୍ଯ୍ୟାଳୟ ତରଫରୁ ଏକ ନୂଆ ନିର୍ଦ୍ଦେଶ ଜାରି ହୋଇଥିଲା, ଯେଉଁଥିରେ ସମ୍ପାଦକଙ୍କୁ ସତର୍କ କରି ଯଥାଶୀଘ୍ର ରେକର୍ଡ ହସ୍ତାନ୍ତର କରିବାକୁ କୁହାଯାଇଥିଲା। କିନ୍ତୁ ସେଠି ଏକ ଛୁଟି ଦରଖାସ୍ତ ଦେଇ ରେକର୍ଡ ହସ୍ତାନ୍ତରକୁ ବିଲମ୍ବ କରିଥିଲେ।
ସମ୍ପାଦକଙ୍କ ଏପରି କାର୍ଯ୍ୟକଳାପ ଏବଂ ରେକର୍ଡ ହସ୍ତାନ୍ତର ବିଳମ୍ବ ନେଇ ବିଭାଗୀୟ ଅଧିକାରୀଙ୍କ ଭୂମିକା ଉପରେ ପ୍ରଶ୍ନ ଉଠିଛି। ବ୍ୟାପକ ତଦନ୍ତ ଏବଂ ପ୍ରଶାସନିକ ପଦକ୍ଷେପ ଆବଶ୍ୟକ ବୋଲି ଅନେକ ମତ ଉଠିଛି।
ପରବର୍ତ୍ତୀ ଶୁଣାଣି ୧୮ ମାର୍ଚ୍ଚରେ ହେବ, ଏବଂ ଏହି ମାମଲାର ପରବର୍ତ୍ତୀ ଅବସ୍ଥାନ କଣ ହେବ, ସେଥିପାଇଁ ସମସ୍ତଙ୍କ ଦୃଷ୍ଟି ହାଇକୋର୍ଟ ନିର୍ଦ୍ଦେଶ ପରି ହେଉଛି।,