Hot Posts

6/recent/ticker-posts

ମୃତ୍ୟୁମାନ୍ତ ଦୁର୍ଘଟଣା: ଟ୍ରକ୍ ଧକ୍କାରେ ୨୧ଟି ପଶୁଙ୍କ ମୃତ୍ୟୁ, ଉତ୍ତେଜନା

ବଇଣ୍ଡା, ୨୮/୩ : କଟକ-ସମ୍ବଲପୁର ଜାତୀୟ ରାଜପଥ ୫୫ ରେ ଏକ ଦୁଃଖଦ ଘଟଣା ଘଟିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ସମୟରେ ହଣ୍ଡପା ଥାନା ଅଧୀନ ରାଣୀଭୁଇଁ ନିକଟରେ ଏକ ବେପରୁଆ ଟ୍ରକ୍‌ ଧକ୍କାରେ ୩ଟି ଗାଈ ଏବଂ ୧୮ଟି ମେଣ୍ଡାଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା।

ଅନୁଗୋଳରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଟ୍ରକ୍ (ଓଡି ୨୧ ଏଫ ୧୯୯୬) ବେପରୁଆ ଭାବରେ ଚାଲିଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଥିଲା। ଫଳରେ ଘଟଣାସ୍ଥଳରେ ହିଁ ୨୧ଟି ପଶୁର ମୃତ୍ୟୁ ହୋଇଥିଲା। ଏହି ଅନିୟନ୍ତ୍ରିତ ତାରେ ଏକ ବାଇକ୍‌ ଆରୋହୀ ଅଳ୍ପକେ ପରି ରକ୍ଷା ପାଇଁ ଥିଲେ।ଘଟଣା ପରେ ଦୁର୍ଘଟଣା ଘଟାଇ ଟ୍ରକ୍ ଚାଳକ ପଳାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସ୍ଥାନୀୟ ଲୋକେ ପିଛା କରି ଏହି ଟ୍ରକ୍‌କୁ ଧରିଥିଲେ। ପରେ ହଣ୍ଡପା ପୋଲିସ ଗାଡ଼ିକୁ ଜବତ କରି ଚାଳକକୁ ଅଟକ କରିଛି।

ଏହି ମୃତ୍ୟୁମାନ୍ତ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଓ ଆକ୍ରୋଶ ସୃଷ୍ଟି ହୋଇଛି। ଲୋକମାନେ ଟ୍ରାଫିକ୍ ନିୟମ ଓ ନିୟନ୍ତ୍ରଣ ବାବଦରେ ରାଜ୍ୟ ସରକାର ଏବଂ ପ୍ରଶାସନଙ୍କ ପ୍ରତି ପ୍ରଶ୍ନ ଉତ୍ତାନ କରିଛନ୍ତି।ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ଦୁର୍ଘଟଣା ସଂପୃକ୍ତ ବ୍ୟକ୍ତିଙ୍କ ଉପରେ ଅବଶ୍ୟକ ଆଇନି କାର୍ଯ୍ୟବାହି କରିବାକୁ ପ୍ରସ୍ତୁତ।