ରେଢ଼ାଖୋଲ, ୧୬ /୩: ସମ୍ବଲପୁର ଜିଲାର ଚାରମାଳ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଗୁଣିଗାରେଡ଼ି ସନ୍ଦେହରେ ଜଣେ ନାବାଳକ ଛୁରାମାଡ଼ କରିବାରୁ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ଅସ୍ପତାଳରେ ଭର୍ତ୍ତି ହୋଇଛନ୍ତି। ଏହି ଅଭାବନୀୟ ଘଟଣା ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଛି।ଗୁଣିଗାରେଡ଼ି ନେଇ ହୋଇଥିବା ବିବାଦ ଏତେ ଗମ୍ଭୀର ରୂପ ନେଇଥିଲା ଯେ ଜଣେ ନାବାଳକ ଛୁରା ବାହାରକରି ଆକ୍ରମଣ କରିଥିଲେ। ଏଥିରେ ଗୁରୁତର ଅବସ୍ଥାରେ ଥିବା ବ୍ୟକ୍ତିଙ୍କୁ ବୁର୍ଲା ଅସ୍ପତାଳକୁ ସ୍ଥାନାନ୍ତର କରାଯାଇଛି।
ଘଟଣା ପରେ ଚାରମାଳ ଥାନା ପୋଲିସ ତ୍ୱରିତ ପ୍ରତିକ୍ରିୟା ଜଣାଇ ନାବାଳକଙ୍କୁ ଅଟକ କରିଛି। ତାଙ୍କଠାରୁ ଘଟଣା ବିଷୟରେ ସମ୍ପୃକ୍ତ ତଥ୍ୟ ଗ୍ରହଣ କରି ଆଗାମୀ ପଦକ୍ଷେପ ନେବାକୁ ପୋଲିସ ପ୍ରସ୍ତୁତି ନେଉଛି। ଏହି ଘଟଣା ଏବେ ଅଞ୍ଚଳରେ ଚଞ୍ଚଳ୍ୟ ସୃଷ୍ଟି କରିଛି ଏବଂ ନାବାଳକଙ୍କ ଦୃଷ୍ଟିକୋଣ ଏବଂ ଏହି ଅପରାଧ କାହିଁକି ଘଟିଲା, ତାହା ନେଇ ଏବେ ଅନୁସନ୍ଧାନ ଚାଲିଛି।