Hot Posts

6/recent/ticker-posts

ଖୁବ୍‌ ଶୀଘ୍ର ତୁଟିବ ମହାନଦୀ ଜଳ ବିବାଦ! ଓଡ଼ିଶା-ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ମହତ୍ତ୍ୱପୂର୍ଣ୍ଣ ଆଲୋଚନା

ଭୁବନେଶ୍ୱର, ୨୩/୩ : ଏବେ ଅଧିକ ଦିନ ରହିନାହିଁ, ମହାନଦୀ ଜଳ ବିବାଦର ଶେଷ ଅଧ୍ୟାୟ ଲିଖାଯିବ! ଓଡ଼ିଶା ଓ ଛତିଶଗଡ଼ ସରକାର ମଧ୍ୟସ୍ଥ କେନ୍ଦ୍ର ସରକାରଙ୍କ ନେତୃତ୍ୱରେ ଆଲୋଚନା କରି ଏହି ଜଟିଳ ସମସ୍ୟାର ଏକ ରାଜନୈତିକ ଏବଂ ବୈଜ୍ଞାନିକ ସମାଧାନ ଖୋଜିବାରେ ଏକମତ ହୋଇଛନ୍ତି।

ଓଡ଼ିଶା ଗସ୍ତରେ ଥିବା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କ ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ଆଲୋଚନା ଉପରେ ଏମିତି ଏକ ସମ୍ମତି ହୋଇଛି, ଯେ ଟ୍ରିପଲ ଇଞ୍ଜିନ୍ ସରକାର (କେନ୍ଦ୍ର, ଓଡ଼ିଶା ଏବଂ ଛତିଶଗଡ଼) ଲୋକଙ୍କ ହିତରେ ସମାଧାନ ଖୋଜିବାରେ ପ୍ରତିବଦ୍ଧ ରହିବ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଏହି ଜଳ ବିବାଦ କେବଳ ଛତିଶଗଡ଼ ନୁହେଁ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରପ୍ରଦେଶ ସହିତ ଲାଗି ଥିବା ନଦୀ ବିବାଦକୁ ମଧ୍ୟ ନେଇ ରାଜ୍ୟ ସରକାର ଗୁରୁତ୍ୱ ଦେଉଛି। ଏହି ମାମଲାର ସମ୍ପୂର୍ଣ ସମାଧାନ ପାଇଁ ଏକ ବୈଜ୍ଞାନିକ ଅଧ୍ୟୟନ ଏବଂ ରାଜନୈତିକ ସମନ୍ୱୟ ଦ୍ୱାରା ପ୍ରଚେଷ୍ଟା ଆରମ୍ଭ ହୋଇଛି।

ମହାନଦୀ ସହ ଆନ୍ଧ୍ରପ୍ରଦେଶ ରାଜ୍ୟ ସହ ଥିବା ପୋଲାଭରମ୍ ପ୍ରକଳ୍ପ ବିବାଦର ମଧ୍ୟ ଶୀଘ୍ର ସମାଧାନ ହେବ। ରାଜ୍ୟ ସରକାର ଏହି ବିଷୟରେ ଗୁରୁତ୍ୱ ଦେଇ ନିଷ୍ପତ୍ତି ନେବାକୁ ପ୍ରସ୍ତୁତ।

ଏହି ବୈଠକ ପରେ ସ୍ପଷ୍ଟ ହୋଇଛି, ଯେ ଜଳ ସମ୍ପଦ ନେଇ ଦୀର୍ଘଦିନ ଚାଲିଥିବା ବିବାଦର ଶେଷ ଅଧ୍ୟାୟ ଏବେ ଏକ ନୂଆ ଦିଗକୁ ଯାଉଛି। ଅନ୍ୟ ରାଜ୍ୟମାନଙ୍କ ସହିତ ମଧ୍ୟ ଜଳ ବିବାଦ ସମାଧାନ ହେବା ପାଇଁ ଏହି ପଦକ୍ଷେପ ଏକ ମାଇଲସ୍‌ଟୋନ୍‌ ହେବା ନିଶ୍ଚିତ।