Hot Posts

6/recent/ticker-posts

ନିଶାସକ୍ତ ପୁଅଙ୍କ ହାତରେ ବାପା ଙ୍କ ହତ୍ୟା: କନ୍ଧମାଳରେ ହୃଦୟ ବିଦାରକ ଘଟଣା

ଫୁଲବାଣୀ/ଫିରିଙ୍ଗିଆ, ୨୮/୩ : କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ପବିଙ୍ଗିଆ ପଞ୍ଚାୟତ ଲାମପଦର ଗାଁରେ ଏକ ଅଭାବନୀୟ ଘଟଣା ସମ୍ଭବିତ ହୋଇଛି। ନିଶାସକ୍ତ ଅବସ୍ଥାରେ ପୁଅ ଜୁରଜ ଦିଗାଲ ନିର୍ମମ ଭାବେ ନିଜେ ବାପା ଡକେଣା ଦିଗାଲଙ୍କୁ ହତ୍ୟା କରିଛନ୍ତି

ସୂଚନା ଅନୁସାରେ, ଘଟଣା ହେଉଥିବା ବେଳେ ଡକେଣା ଦିଗାଲ ରାତିରେ ବାହାରକୁ ପରିଶ୍ରା କରିବାକୁ ଯାଇଥିଲେ। ଏପରି ସମୟରେ ପୁଅ ଜୁରଜ ମଦପାନ କରି ଘରକୁ ଫେରିଥିଲେ। ବାପା ତାଙ୍କୁ ଗାଳି-ମନ୍ଦ କରିବାରୁ ଉତ୍ୟକ୍ତ ହୋଇ ସେ ହାତୁଡି ନେଇ ବାପାଙ୍କ ମୁଣ୍ଡରେ ଘାତ କରିଥିଲେ। ଫଳରେ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା।

ଘରୋଇ ଆବାଜ ଶୁଣି ମୃତକଙ୍କ ସ୍ତ୍ରୀ ବାହାରକୁ ଆସି ଦେଖିଲେ, ସ୍ଵାମୀ ନିର୍ଜୀବ ଅବସ୍ଥାରେ ପଡ଼ି ଅଛନ୍ତି। ସେ ଚିତ୍କାର କରିବାରେ ପଡ଼ୋଶୀମାନେ ମଧ୍ୟ ଆସିଥିଲେ। ଖବର ମିଳିଲାପରେ ଫିରିଙ୍ଗିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ କୁ ଜବତ କରି ମୟନାନୁସନ୍ଧାନ ପାଇଁ ପଠାଇଥିଲା।

ପୋଲିସ ନିଶାସକ୍ତ ପୁଅ ଜୁରଜଙ୍କୁ ଗିରଫ କରି ହତ୍ୟା ମାମଲା (୬୯/୨୫) ରୁଜୁ କରିଛି। ଏନେଇ ଫିରିଙ୍ଗିଆ ଥାନାର ଅଧିକାରୀ ଗୋପୀନାଥ ପ୍ରଧାନ କହିଛନ୍ତି ଯେ, ଘଟଣାର ଅଧିକ ତଦନ୍ତ ଜାରି ରହିଛି ଏବଂ ଅଭିଯୁକ୍ତ ପାଇଁ କାନୁନୀ ପଦକ୍ଷେପ ନିଆଯିବ।

ଏହି ଘଟଣା ଏକ ଚେତାବନୀ ସୃଷ୍ଟି କରିଛି, ଯେ ମଦ ପାନର ପ୍ରଭାବ କେମିତି ପରିବାରକୁ ଧ୍ଵଂସ କରିପାରେ।