Hot Posts

6/recent/ticker-posts

ଟ୍ରମ୍ପ ନିତିର ପ୍ରଭାବ: ପାକିସ୍ତାନର ରାଷ୍ଟ୍ରଦୂତଙ୍କୁ ଆମେରିକାରୁ ଡିପୋର୍ଟ କରାଗଲା

ଓ୍ବାଶିଂଟନ, ୧୧/୩ :  – ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶପଥ ନେବା ପରେ ଇମିଗ୍ରେସନ ନିୟମ ଅଧିକ କଠୋର ହୋଇଚି। ଏହି ପରିପ୍ରେକ୍ଷିତ, ତୁର୍କମେନିସ୍ତାନରେ ପାକିସ୍ତାନର ରାଷ୍ଟ୍ରଦୂତ କେ.କେ. ଅହସାନ ଭାଗନଙ୍କୁ ଆମେରିକା ଭ୍ରମଣ ସମୟରେ ଡିପୋର୍ଟ କରାଯାଇଥିବା ଖବର ମିଳିଛି। ଇମିଗ୍ରେସନ ନିୟମ ଉଲ୍ଲଂଘନର ଆପତ୍ତି ଦେଖାଯାଇଥିବା ଅଭିଯୋଗରେ ଆମେରିକୀୟ କର୍ତ୍ତୃପକ୍ଷ ତାଙ୍କୁ ଦେଶଛାଡ଼ କରିଥିଲେ।

ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ଦୂତାବାସ ଅଧିକାରୀ ନିଶ୍ଚିତ କରିଛନ୍ତି ଯେ ଅହସାନ ଭାଗନଙ୍କ ପାଖରେ ସମସ୍ତ ବୈଧ ଦଲିଲ ଥିଲା। ସେ ବ୍ୟକ୍ତିଗତ ଉଦ୍ଦେଶ୍ୟରେ ଲସ ଆଞ୍ଜେଲସ ଯାଇଥିଲେ, ତଥାପି ଆମେରିକୀୟ ଇମିଗ୍ରେସନ ଅଧିକାରୀମାନେ ତାଙ୍କୁ ବିମାନବନ୍ଦରରେ ଅଟକାଇ ଦେଶଛାଡ଼ିବାକୁ ବାଧ୍ୟ କରିଥିଲେ।

ଏହି ଘଟଣା ପରେ ଆମେରିକାର ନୂଆ କଠୋର ପ୍ରବାସନ ନୀତି ଉପରେ ପ୍ରଶ୍ନ ଉଠିଛି। ଏକ ରାଷ୍ଟ୍ରଦୂତଙ୍କୁ ଡିପୋର୍ଟ କରିବା କୂଟନୈତିକ ମାନ୍ୟତା ଉପରେ ପ୍ରଶ୍ନ ସୃଷ୍ଟି କରିଛି। ପାକିସ୍ତାନ ସରକାର ଏହି ଘଟଣାକୁ ଗମ୍ଭୀରତାର ସହ ନେଇଥିବା ଅନୁମାନ କରାଯାଉଛି ଏବଂ ଖୁବ ଶୀଘ୍ର ଏଥିରେ ପ୍ରତିକ୍ରିୟା ଦେବାର ସମ୍ଭାବନା ରହିଛି।

ଏହି ଘଟଣା ଦ୍ୱିପକ୍ଷୀୟ ସମ୍ପର୍କ ଉପରେ କେତେ ପ୍ରଭାବ ପକାଇବ? ପାକିସ୍ତାନ ଏହି ନିଷ୍ପତ୍ତି ଉପରେ କିପରି ପ୍ରତିସାଧନ ନେବ? ଏହି ପ୍ରଶ୍ନ ଏବେ ଆନ୍ତର୍ଜାତିକ ମଞ୍ଚରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇପଡ଼ିଛି।