ସ୍କୋପଜେ, ୧୬ /୩ : ରବିବାର ପ୍ରଭାତବେଳେ ଉତ୍ତର ମାସିଡୋନିଆରେ ଏକ ମାନବତା ବିପର୍ଯ୍ୟୟ ସଦୃଶ ଅଗ୍ନିକାଣ୍ଡ ଘଟିଛି। କୋକାନି ଅଞ୍ଚଳର ‘ପଲ୍ସ’ ନାଇଟକ୍ଲବରେ ଆକସ୍ମିକ ଭାବରେ ଲାଗିଥିବା ନିଆଁ ଭୟାବହ ରୂପ ନେଇ ୫୦ ରୁ ଅଧିକ ଲୋକଙ୍କ ଜୀବନ ଅସମୟରେ ଛିନିନେଇଛି। ଏହି ମୃତ୍ୟୁ ସଂଖ୍ୟା ଅଧିକ ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି।
ସ୍ଥାନୀୟ ସମୟ ଅନୁଯାୟୀ, ରବିବାର ଭୋରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଉତ୍ତର ମାସିଡୋନିଆର ରାଜଧାନୀ ସ୍କୋପଜେରୁ ପ୍ରାୟ ୧୦୦ କି.ମି. ଦୂରରେ ଅବସ୍ଥିତ ଏହି ଅଞ୍ଚଳର ‘ପଲ୍ସ’ ନାଇଟକ୍ଲବରେ ଏକ ବିସ୍ଫୋରଣ ପରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଏହି ମାମଲାର ଉତ୍ସ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।
ଘଟଣା ସ୍ଥଳର ଏକାଧିକ ଭିଡିଓ ଏବଂ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ନାଇଟକ୍ଲବର ଭିତରେ ଜ୍ୱାଲା ଉଦ୍ଗୀରଣ ଏବଂ ଘନ ଧୂଆଁ ଆକାଶକୁ ଢାକିଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଅନେକ ଲୋକ ଆତଙ୍କରେ ପଳାଇବାକୁ ଚେଷ୍ଟା କରୁଥିଲେ, କିନ୍ତୁ ବହୁତ ଲୋକ ଅଗ୍ନିରେ ପ୍ରାଣ ହାରାଇଥିଲେ।
ଉତ୍ତର ମାସିଡୋନିଆ ସରକାର ଏହି ଦୁଃଖଦ ଘଟଣା ପ୍ରତି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଗୃହ ମନ୍ତ୍ରଣାଳୟ ଏହି ଅଗ୍ନିକାଣ୍ଡର କାରଣ ଉଦ୍ଘାଟନ ପାଇଁ ଏକ ବୈଚାରିକ ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଏହା ଜଣେ ଅଭ୍ୟନ୍ତରୀଣ କର୍ମଚାରୀଙ୍କ ଅସାବଧାନତା କି ଉଦ୍ଦେଶ୍ୟମୂଳକ ଅପରାଧ – ଏହି ଦିଗରେ ଅନୁସନ୍ଧାନ ଚାଲିଛି।
ଅନେକ ଗଣମାଧ୍ୟମ ମୃତ୍ୟୁ ସଂଖ୍ୟା ୫୦-୫୧ ମଧ୍ୟରେ ରହିଥିବା ଦାବି କରିଥିଲେ ମଧ୍ୟ, କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ଏହା ନିଶ୍ଚିତ କରିପାରିନାହାଁନ୍ତି। ଘଟଣାସ୍ଥଳରେ ଅନେକ ଲୋକ ଅସୁସ୍ଥ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି ଏବଂ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ମୃତ୍ୟୁ ସଂଖ୍ୟା ଆହିରି ପାରେ ବୋଲି ଅଧିକାରୀମାନେ ଅନୁମାନ କରୁଛନ୍ତି।
ଏହି ଅନ୍ଧକାରମୟ ରାତି ଉତ୍ତର ମାସିଡୋନିଆରେ ଏକ ଅଭାବନୀୟ ଦୁଃଖକୁ ଦେଇଯାଇଛି, ଯାହା ସଂପୂର୍ଣ୍ଣ ଦେଶକୁ ଶୋକମୟ କରିଦେଇଛି।