Hot Posts

6/recent/ticker-posts

ଓଡ଼ିଶା ବିଧାନସଭାରେ ହଙ୍ଗାମା: ବିଜେପି-କଂଗ୍ରେସ ବିଧାୟକ ମଧ୍ୟରେ ହାତାହାତି, ଅଧିବେଶନ ମୁଲତବ

ଭୁବନେଶ୍ବର, ୧୧ /୩ : ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନର ତୃତୀୟ ଦିନ ମଧ୍ୟ ଜୋରଦାର ବିରୋଧ ଓ ହଙ୍ଗାମା ମଧ୍ୟରେ କାଟିଲା। ନାରୀ ନିର୍ଯାତନା ମୁଦ୍ଦାକୁ ନେଇ ବିରୋଧୀ କଂଗ୍ରେସ ଏବଂ ବିଜେଡି ବିଧାୟକମାନେ ଗୃହର ମଧ୍ୟଭାଗକୁ ଅଭିମୁଖ ହୋଇ ନାରାବାଜି କରିଥିଲେ। ଏହି ବିରୋଧ ମଧ୍ୟରେ ଶାସକ ଦଳ ବିଜେପିର ବିଧାୟକ ଜୟନାରାୟଣ ମିଶ୍ର ଏବଂ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟରେ ହାତାହାତି ଘଟିଥିବା ଦେଖିବାକୁ ମିଳିଛି।

ପ୍ରଶ୍ନକାଳ ଆରମ୍ଭ ହେବା ସହିତ ହିଁ ବିରୋଧୀ ବିଧାୟକମାନେ ହାତରେ ପ୍ଲାକାର୍ଡ ଧରି ନାରାବାଜି କରିଥିଲେ। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡିୟମ୍ ଉପରେ ଚଢ଼ିବାକୁ ଚେଷ୍ଟା କରିଥିଲେ, ଏବଂ ଅନ୍ୟାନ୍ୟ ବିଧାୟକମାନେ ରିପୋର୍ଟିଂ ଟେବୁଲ ଉପରେ ଛିଡ଼ା ହୋଇ ଆନ୍ଦୋଳନ କରିଥିଲେ। ଏଠି ତାରା ବାହିନୀପତି, ସାଗର ଦାସ ଏବଂ ଅନ୍ୟମାନେ ଚପଲ ପିନ୍ଧି ରିପୋର୍ଟିଂ ଟେବୁଲ ଉପରେ ଚଢ଼ି ବିରୋଧ କରିଥିଲେ, ଯାହା ଏକ ଅସାମାନ୍ୟ ଘଟଣା ଭାବେ ଦେଖିଯାଏ

ବିଧାନସଭାରେ ନଗର ଉନ୍ନୟନ ବିଭାଗ ସମ୍ପର୍କିତ ପ୍ରଶ୍ନୋତ୍ତର ଅବଧି ଚାଲିଥିବା ସମୟରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଏବଂ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ମଧ୍ୟରେ ହାତାହାତି ଘଟିଲା। ଏହି ଘଟଣାକୁ ନେଇ ତାରା ବାହିନୀପତି ଅଭିଯୋଗ କରି କହିଲେ, "ଜୟନାରାୟଣ ମିଶ୍ର ପ୍ରଥମେ ମୋ କଲର୍ ଧରିଲେ।" ଏହି ଘଟଣା ପରେ ବିଧାନସଭାରେ ଅସନ୍ତୋଷ ଅଧିକ ବୃଦ୍ଧି ପାଇଥିଲା

ଗୃହରେ ହଙ୍ଗାମା ଯୋଗୁଁ ବାଚସ୍ପତି ଦିନ ୧୨ଟା ପର୍ଯ୍ୟନ୍ତ ଅଧିବେଶନ ମୁଲତବ ଘୋଷଣା କଲେ। ହେଲେ ବିରୋଧୀ ବିଧାୟକମାନେ ଏଥିରେ ଅଟକିଲେ ନାହିଁ। ବଜେପି ଏବଂ କଂଗ୍ରେସ ଦଳର ବିଧାୟକମାନେ ବିଧାନସଭା ପରିସରରେ ଗାନ୍ଧୀ ମୂର୍ତ୍ତି ତଳେ ବସି ଧାରଣା ଦେଲେ ଏବଂ ସରକାରକୁ ହିଁସା ଓ ଅନ୍ୟାୟ ବିରୋଧୀ ଆବାଜ ଉଠାଇଲେ।

ଏହି ଘଟଣା ନେଇ ରାଜନୀତିକ ମହଳରେ ଚର୍ଚ୍ଚା ଚର୍ମସୀମାରେ ପହଞ୍ଚିଛି। ଏବେ ଦେଖିବାକୁ ରହିଛି ଯେ ଏହା ପରେ ବିଧାନସଭାର ପରିସ୍ଥିତି କେମିତି ରହେ।