ମୋରଡା ୧୪/୩ : ମୟୂରଭଞ୍ଜ ଜିଲ୍ଲାର ମୋରଡା ଥାନା ଏବଂ ଚିତ୍ରଡା ଫାଣ୍ଡି ଅଧୀନ ଜଗନ୍ନାଥ ମନ୍ଦିର ନିକଟର ଜଙ୍ଗଲରେ ଜଣେ ଲୋଧା ଜନଜାତି ମହିଳାଙ୍କ ମୃତଦେହ ମିଳିଥିବା ଘଟଣା ଚଞ୍ଚଳ୍ୟ ସୃଷ୍ଟି କରିଛି। ଉକ୍ତ ମହିଳା ଅର୍ଦ୍ଧନଗ୍ନ ଅବସ୍ଥାରେ ମୃତ ଅବସ୍ଥାରେ ମିଳିଥିବାରୁ ତାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବାର ସନ୍ଦେହ ବୃଦ୍ଧି ପାଇଛି।
ସ୍ଥାନୀୟ ଲୋକ ଜଙ୍ଗଲରେ ପତ୍ର ତୋଳିବାକୁ ଯାଇଥିବା ସମୟରେ ମୃତ ମହିଳାଙ୍କ ଶରୀର ମିଳିଥିଲା। ଘଟଣା ସ୍ଥଳରେ ଖବର ପହଞ୍ଚିବା ପରେ ମୋରଡା ଥାନା ଅଧିକାରୀ ସୁମିତ କୁମାର ସୋରେନ ଏବଂ ଚିତ୍ରଡା ଫାଣ୍ଡି ଅଧିକାରୀ ନିରଞ୍ଜନ ସୋରେନ ତଦନ୍ତ ଆରମ୍ଭ କରିଛନ୍ତି।
ଉକ୍ତ ମହିଳା ହେଲେ ଟିଆଁସି ଗ୍ରାମର ଦୁର୍ଗା ନାଏକଙ୍କ ସ୍ତ୍ରୀ ଖଲି ନାଏକ। ମୃତକଙ୍କ ପରିବାରୀକ ଅନୁସାରେ, ଖଲି ନାଏକ ଗତ ବୁଧବାର ଘରୁ ଜଳ ଆଣିବାକୁ ବାହାରିଥିଲେ, କିନ୍ତୁ ଏହିପର୍ଯ୍ୟନ୍ତ ଘରକୁ ଫେରିନାହାନ୍ତି। ମୃତ ଖଲିଙ୍କ ମା ଭାରତୀ ମଳିକ ଏହି ଅନୁହାର କରିଛନ୍ତି।
ଘଟଣାସ୍ଥଳରେ ଅତିରିକ୍ତ ଏସ୍ପି ସବିତା ମାଝୀ, ସାଇଣ୍ଟିଫିକ ଟିମର ବନମାଳୀ ମହାନ୍ତି, ଜୟନ୍ତ କୁମାର ମୁର୍ମୁ ଏବଂ ଏସ୍ପି ବରୁଣ ଗୁଣ୍ଟୁପାଲି ତଦନ୍ତ କରି ଉପଯୁକ୍ତ ସାକ୍ଷ୍ୟ ସଂଗ୍ରହ କରିଛନ୍ତି। ପ୍ରାରମ୍ଭିକ ଅନୁସନ୍ଧାନରୁ ଏହି ଘଟଣାକୁ ବଳାତ୍କାର ପରେ ହତ୍ୟା ରୂପେ ମନାଯାଇପାରେ ବୋଲି ପ୍ରଶାସନ ଅନୁମାନ କରୁଛି।
ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟ ଏବଂ ଅସନ୍ତୋଷ ସୃଷ୍ଟି କରିଛି। ଅଧିକାରୀମାନେ ଘଟଣାର ସଠିକ କାରଣ ଏବଂ ଅଭିଯୁକ୍ତଙ୍କ ଚିହ୍ନଟ ପାଇଁ ତଦନ୍ତ ଜାରି ରଖିଛନ୍ତି। ଏହି ଘଟଣାର ସଠିକ ପରିଣାମ ଦେଖିବା ଯୋଗ୍ୟ ହେବ।