Hot Posts

6/recent/ticker-posts

ବରଗଡ଼ରେ ବେଆଇନ କଫ ସିରଫ ଜବତ : ୫୯୫ ବୋତଲ ସହିତ ୨ ଗିରଫ

ବରଗଡ଼, ୧୧ | ୩ :– ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଧୀନ ଭୁକ୍ତା ତଲିପଡା ଅଞ୍ଚଳରେ ଏକ ବଡ଼ ଅପରାଧିକ ଚକ୍ରର ଉଦ୍ଘାଟନ ହୋଇଛି। ବିନୋଦ ଡୁଙ୍ଗୁରିଙ୍କ ପୁରୁଣା ଘରରେ ଗଚ୍ଛିତ ରଖିଥିବା ବେଆଇନ କଫ ସିରଫ ଜବତ କରି ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଭୁକ୍ତା ତଲିପଡାର ବିନୋଦ ଡୁଙ୍ଗୁରି ଓ ନାରଙ୍ଗପୁର ଗ୍ରାମର ଅଜିତ ନାୟକ।

ପୋଲିସ ଚଢ଼ାଉ ସମୟରେ ୫୯୫ ବୋତଲ ବେଆଇନ କଫ ସିରଫ ଜବତ ହୋଇଛି। ଏହି ଅପରାଧିକ କାର୍ଯ୍ୟରେ ବ୍ୟବହୃତ ୨ଟି ମୋଟରସାଇକେଲ ଏବଂ ୨ଟି ମୋବାଇଲ ମଧ୍ୟ ଜବତ କରାଯାଇଛି। ଅମ୍ବାଭୋନା ଥାନା ଏହି ମାମଲା (ମାମଲା ନଂ - ୪୬/୨୦୨୫) ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।

ଏହି ଘଟଣା ପରେ ପୋଲିସ ଅଧିକ ଅନୁସନ୍ଧାନ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ଏହି ଅଭିଯୁକ୍ତମାନେ ଏକ ବଡ଼ ତସକର ଚକ୍ର ସହିତ ଜଡ଼ିତ ଥିବା ସମ୍ଭାବନା ଅଛି। ଏନେଇ ଅଞ୍ଚଳର ଅନ୍ୟ ଅପରାଧିକ ଦଳ ମଧ୍ୟ ପୋଲିସର ରାଡାରରେ ଅଛି।ଏହି ଅଭିଯାନ ଦ୍ୱାରା ବରଗଡ଼ ଏବଂ ଆସପାସର ଅଞ୍ଚଳରେ ମଦ୍ରକ ତସକରି ବନ୍ଦ କରିବା ପାଇଁ ପୋଲିସର ସଂକଳ୍ପ ଏକ ଏତିହାସିକ ପଦକ୍ଷେପ ବୋଲି ଅଧିକାରୀମାନେ କହିଛନ୍ତି।