Hot Posts

6/recent/ticker-posts

ଅଯୋଗ୍ୟ ବ୍ୟକ୍ତି ତୁରନ୍ତ ରାସନ୍ କାର୍ଡ ଫେରାନ୍ତୁ – ଖାଦ୍ୟ ମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର, ୨/୩ : ଓଡିଶାର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରାସନ୍ କାର୍ଡ ଫେରସ୍ଥ ନେଇ ଗୁରୁତ୍ୱପୂର୍ଣ୍ଣ ନିବେଦନ ଜାରି କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ଗ୍ରାମାଞ୍ଚଳରେ ଯେଉଁମାନଙ୍କ ମାସିକ ଆୟ ୧୦ ହଜାର ଟଙ୍କା କିମ୍ବା ତା'ଠାରୁ ଅଧିକ, ଏବଂ ସହରାଞ୍ଚଳରେ ଯେମାନେ ୧୫ ହଜାର ଟଙ୍କା ଅଧିକ ଆୟ କରୁଛନ୍ତି, ସେମାନେ ତୁରନ୍ତ ରାସନ୍ କାର୍ଡ ଫେରାଇ ଦିଅନ୍ତୁ।ମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ, ଏପର୍ଯ୍ୟନ୍ତ ୮୦ ହଜାର ଅଯୋଗ୍ୟ ହିତାଧିକାରୀ ମଧ୍ୟ କେବଳ ୧୨ ହଜାର କାର୍ଡ ଫେରାଇଛନ୍ତି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏବେ କୌଣସି କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉନାହିଁ, କିନ୍ତୁ ଅଯୋଗ୍ୟ ହିତାଧିକାରୀମାନଙ୍କୁ ନିଜେ ଇଚ୍ଛାରେ କାର୍ଡ ଫେରାଇବାକୁ ଅନୁରୋଧ କରୁଛନ୍ତି। ଅନ୍ୟଥା, ଆଗାମୀ ଦିନରେ ତଦନ୍ତ ଅଭିଯାନ ତିବ୍ର ହେବା ସମ୍ଭାବନା ଅଛି।ସରକାର ରାସନ୍ କାର୍ଡ ବିଷୟରେ ଏକ ନୂତନ ପୋର୍ଟାଲ ଖୋଲିଛି, ଯେଉଁଥିରେ ମାତ୍ର ଏକ ଦିନରେ ଦେଢ଼ ହଜାର ଆବେଦନ ଆସିଛି। ଏହା ସହିତ, ପୂର୍ବରୁ ୬ ଲକ୍ଷ ଆବେଦନ ଅପେକ୍ଷାରେ ଅଛି। ଏପର୍ଯ୍ୟନ୍ତ ସାଢ଼େ ୪ ହଜାର ସରକାରୀ କର୍ମଚାରୀ ନିଜ ରାସନ୍ କାର୍ଡ ଫେରାଇ ଦେଇଛନ୍ତି।ମନ୍ତ୍ରୀ ପୁଣିଥର ଉଚ୍ଚାରଣ କରିଛନ୍ତି ଯେ, ଅଯୋଗ୍ୟ ଲୋକେ ଏବେ ରାସନ୍ କାର୍ଡ ଫେରାଇ ଦେଲେ ସେମାନଙ୍କ ପାଇଁ ଭଲ, ନହେଲେ ଆଗାମୀ ଦିନରେ ସରକାର କଡ଼ା ପଦକ୍ଷେପ ନେଇପାରନ୍ତି ।