Hot Posts

6/recent/ticker-posts

୧ ରୁ ଓଡ଼ିଶାରେ ଆୟୁଷ୍ମାନ୍‌ ଏବଂ ଗୋପବନ୍ଧୁ ଯୋଜନା ଲାଗୁ – ୧ କୋଟିରୁ ଅଧିକ ପରିବାର ଉପକୃତ

ଭୁବନେଶ୍ଵର ୧୩/୩ : – ରାଜ୍ୟର ସ୍ବାସ୍ଥ୍ୟ ସେବା ରୂପାନ୍ତରଣରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ! ଆସନ୍ତା ଏପ୍ରିଲ ୧ ରୁ ଓଡ଼ିଶାରେ ଆୟୁଷ୍ମାନ୍‌ ଭାରତ - ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (AB-PMJAY), ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା (GJAY) ଏବଂ ଆୟୁଷ୍ମାନ୍‌ ବୟୋବନ୍ଦନା ଯୋଜନା କାର୍ଯ୍ୟକାରୀ ହେବ।

ବୁଧବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଯୋଜନା ଅନୁଷ୍ଠାନ ପାଇଁ ରାଜ୍ୟର ୧୪୩୮ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହେବ।

ଏହି ଯୋଜନାଗୁଡ଼ିକ ମାଧ୍ୟମରେ ୧ କୋଟି ୦୩ ଲକ୍ଷରୁ ଅଧିକ ପରିବାର ଏବଂ ୩.୪୬ କୋଟିରୁ ଅଧିକ ଲୋକ ଚିକିତ୍ସା ସୁବିଧା ଲାଭ କରିପାରିବେ।

ଆୟୁଷ୍ମାନ୍‌ ଭାରତ PMJAY: ୬୭.୮୦ ଲକ୍ଷ ପରିବାର ଅନ୍ତର୍ଭୁକ୍ତ।

ଗୋପବନ୍ଧୁ ଜନ ଆରୋଗ୍ୟ: ୩୫.୮୪ ଲକ୍ଷ ପରିବାର ଉପକୃତ।

ଆୟୁଷ୍ମାନ୍‌ ବୟୋବନ୍ଦନା: ୭୦ ବର୍ଷରୁ ଅଧିକ ବୟସ୍କ ଲୋକମାନଙ୍କ ପାଇଁ ବିଶେଷ ଯୋଜନା। ଏଥିରେ ୨୩,୧୨,୯୭୯ ଜଣ ମଧ୍ୟରୁ ଅତିକମେ ୬ ଲକ୍ଷ ନୂଆ ହିତାଧିକାରୀ ଯୋଡ଼ାହେବେ।

ଚିକିତ୍ସା ସୁବିଧା ଓ ଆର୍ଥିକ ସହାୟତା

ପୁରୁଷ ହିତାଧିକାରୀ: ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା।

ମହିଳା ହିତାଧିକାରୀ: ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା।

୭୦ ବର୍ଷରୁ ଅଧିକ ହିତାଧିକାରୀ ଥିବା ପରିବାର: ସର୍ବାଧିକ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ଦେଖାଯିବ।

ଯେଉଁଠି ଚିକିତ୍ସା ସୁବିଧା ମିଳିବ?

ହିତାଧିକାରୀମାନେ ଦେଶର ୨୯,୦୦୦+ ସରକାରୀ ଓ ପଞ୍ଜୀକୃତ ବେସରକାରୀ ଡାକ୍ତରଖାନା ରେ ଏହି ସୁବିଧା ଉପଭୋଗ କରିପାରିବେ।

ଏହି ଯୋଜନାମାନଙ୍କ ତଳେ ପ୍ରତ୍ୟେକ ହିତାଧିକାରୀଙ୍କୁ ଗୋଟିଏ ସିଙ୍ଗଲ୍ ହେଲ୍ଥ୍‌ କାର୍ଡ ଯୋଗାଇ ଦିଆଯିବ। ଅତିରିକ୍ତ ଭାବେ, ବୟୋବନ୍ଦନା ଯୋଜନା ପାଇଁ ଏକ ଅଲଗା କାର୍ଡ ଦିଆଯିବ।

ଏହି ଯୋଜନା ଲାଗୁ ହେବା ସହ ଓଡ଼ିଶାର ସ୍ବାସ୍ଥ୍ୟ ସେବାରେ ଏକ ବୃହତ୍ ପରିବର୍ତ୍ତନ ଆସିବା ଆଶା କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ଅନ୍ୟ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ଅଧିନ ଏହି ଯୋଜନା ସଫଳ ଭାବେ ରୂପାନ୍ତରଣ ହେବା ଅପେକ୍ଷା।ଓଡ଼ିଶା ବାସୀଙ୍କୁ ଏହି ସ୍ବାସ୍ଥ୍ୟ ଯୋଜନା ଦ୍ୱାରା ବୃହତ୍ ଉପକାର ମିଳିବ ଏବଂ ସ୍ବାସ୍ଥ୍ୟ ସୁବିଧାରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହେବ।