Hot Posts

6/recent/ticker-posts

ମିଆଁମାର ଗୃହଯୁଦ୍ଧ: ଚାଇନାର ଦ୍ୱୈତ ନୀତି ଏବଂ ଭାରତ ପାଇଁ ବଡ଼ ବିପଦ

ବେଜିଂ, ୪/୩: ମିଆଁମାର ଦୀର୍ଘ ଦିନ ହେଲା ଗୃହଯୁଦ୍ଧ ଏବଂ ଅସ୍ଥିରତାରେ ଫସି ରହିଛି, ଯେଉଁଥିରେ ଏକ ପାର୍ଶ୍ୱରେ ଆରାକାନ ସେନା ସହିତ ବିଦ୍ରୋହୀ ଗୋଷ୍ଠୀଗୁଡ଼ିକ ଅଛି ଏବଂ ଅନ୍ୟପାର୍ଶ୍ୱରେ ସେନା ନିୟନ୍ତ୍ରିତ ଜୁଣ୍ଟା ଶାସନ। ଏହି ଗୃହଯୁଦ୍ଧ କେବଳ ମିଆଁମାରକୁ ଅସ୍ଥିର କରି ରଖିବାରେ ସୀମିତ ନୁହେଁ, ଭାରତ, ବାଂଲାଦେଶ ଏବଂ ଚୀନ ସହ ପଡ଼ୋଶୀ ଦେଶଗୁଡ଼ିକର ସୁରକ୍ଷା ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଛି।ଚାଇନା ଏହି ସ୍ଥିତିକୁ ନିଜ ସ୍ୱାର୍ଥ ପାଇଁ ବ୍ୟବହାର କରିବାରେ ଲାଗିଛି। ଏହା ମିଆଁମାରରେ ଜୁଣ୍ଟା ସେନା ସହିତ ଜଡିତ ହେବା ସହିତ ଏହି ବିଦ୍ରୋହୀ ଗୋଷ୍ଠୀମାନଙ୍କୁ ମଧ୍ୟ ଗୁପ୍ତ ଭାବେ ଅସ୍ତ୍ର ଯୋଗାଇ ଦୃଢ଼ ରଣନୀତି ଗଠନ କରୁଛି। ଏହା ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ, ବିଶେଷତଃ ମଣିପୁର, ନାଗାଲ୍ୟାଣ୍ଡ ଏବଂ ଅରୁଣାଚଳ ପ୍ରଦେଶର ସୁରକ୍ଷା ପାଇଁ ବଡ଼ ସଂକଟ ସୃଷ୍ଟି କରୁଛି।

ଗୋଇନ୍ଦା ସଂସ୍ଥାଗୁଡ଼ିକ ମିଆଁମାରରେ ଚାଇନାର ବଢ଼ୁଥିବା ପ୍ରଭାବ ବିଷୟରେ ଭାରତକୁ ସତର୍କ କରିଛନ୍ତି। ଉପରୁପରି, ଚାଇନା ମିଆଁମାର ସୀମାନ୍ତ ୟୁନାନ ପ୍ରଦେଶରେ ଏକ ଅତ୍ୟାଧୁନିକ ରାଡାର ସିଷ୍ଟମ ସ୍ଥାପନ କରିଛି, ଯାହା ସମଗ୍ର ଅଞ୍ଚଳ ଉପରେ ଅନୁସନ୍ଧାନ କରିବାରେ ସକ୍ଷମ। ଏହି ରାଡାର ସହଯୋଗରେ ଚାଇନା ଭାରତ ଏବଂ ମିଆଁମାର ସୀମା ଉପରେ ଚଉକସ ନଜର ରଖିବାରେ ଲାଗିଛି।

ଚାଇନା ଏକ ଦ୍ୱୈତ ନୀତି ଅଵଲମ୍ବନ କରିଛି, ଯେଉଁଠି ଏହା ଜୁଣ୍ଟା ସେନାକୁ ମଦତ ଦେଇ ଏକ ପାର୍ଶ୍ୱରେ ଥିବାରେ ସହିତ, ଅନ୍ୟପାର୍ଶ୍ୱରେ ବିଦ୍ରୋହୀ ଗୋଷ୍ଠୀଗୁଡ଼ିକୁ ମଧ୍ୟ ଗୁପ୍ତ ଭାବେ ଅସ୍ତ୍ର-ଶସ୍ତ୍ର ଯୋଗାଇ ଅସ୍ଥିରତା ବଢ଼ାଇବାକୁ ଚେଷ୍ଟା କରୁଛି। ଏହି ଚାଳ ଭାରତ ପାଇଁ ବଡ଼ିଉଥିବା ବିପଦର ଚିନ୍ତା ଜାଗ୍ରତ କରିଛି।

ଚାଇନା "ଷ୍ଟ୍ରିଙ୍ଗ ଅଫ୍ ପର୍ଲ୍ସ" ଯୋଜନା ଅନୁସାରେ ଭାରତକୁ ଘେରିବା ପାଇଁ ତାର ରଣନୈତିକ ଅଞ୍ଚଳରେ ପ୍ରଭାବ ଗଢ଼ି ତୋଳିବାକୁ ଚେଷ୍ଟା କରୁଛି। ଏହି ଯୋଜନା ଭାରତର ପୂର୍ବ ଦିଗର ରଣନୀତିକୁ ଦୁର୍ବଳ କରିପାରେ। ଏନେଇ ଭାରତକୁ ଏବେହିଁ ମିଆଁମାର ସୀମା ଉପରେ କଡ଼ା ନଜର ରଖି ଚାଇନାର ଚଳନାକୁ ପ୍ରତିହତ କରିବାକୁ ପଡ଼ିବ।