Hot Posts

6/recent/ticker-posts

ବରଗଡ଼ରେ CBI ଚଢ଼ାଉ: ଲେବର ଠିକାଦାର ଙ୍କ ଘରେ ଅବୈଧ ଟଙ୍କା କାରବାର ନେଇ ତଦନ୍ତ

ସରଣ୍ଡା, ୫/୩ : ବରଗଡ଼ ଜିଲାର ଅତାବିରା ଥାନା ଅନ୍ତର୍ଗତ ପରମାନପୂର୍ ଗ୍ରାମରେ ଦୀର୍ଘ ସମୟ ଧରି ଲେବର ଠିକାଦାର ଭାବେ କାର୍ଯ୍ୟରତ ଜି. ସତ୍ୟନାରାୟଣଙ୍କ ଘରେ ଆଜି ସକାଳୁ CBI ଦଳ ଅଚମ୍ବିତ ଚଢ଼ାଉ କରିଛି। ଅବୈଧ ଟଙ୍କା କାରବାର ଓ ସରକାରୀ ଅଧିକାରୀମାନଙ୍କ ସହ ସମ୍ଭାବ୍ୟ ଅନ୍ୟାୟ ଚର୍ଚ୍ଚା ନେଇ ଏହି ଅଭିଯାନ ଚାଲିଛି।

ସୂଚନା ଅନୁଯାୟୀ, ଜି. ସତ୍ୟନାରାୟଣ ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗର ଜଣେ ଲେବର ଠିକାଦାର ଅଟନ୍ତି ଏବଂ ବିଭିନ୍ନ ଅଞ୍ଚଳରେ ଗୋଦାମ ଠିକା ନେଇ କାର୍ଯ୍ୟ କରୁଥିଲେ। ତେବେ ସେ ସରକାରୀ ଅଧିକାରୀମାନଙ୍କ ସହ ଅବୈଧ ଭାବରେ ଟଙ୍କା ଲେନଦେନ କରୁଥିବା ଅଭିଯୋଗ ଉପରେ ତଦନ୍ତ ଚାଲିଛି।ଏହି ତଦନ୍ତ ସନ୍ଦର୍ଭରେ, CBI ଟିମ ଜି. ସତ୍ୟନାରାୟଣଙ୍କ ପୁଅ ଜି. ଉମା ମହେଶଙ୍କୁ ଉଠାଇ ନେଇ ଜିଜ୍ଞାସା କରୁଛି। ଏକ ଅନ୍ୟ ଦଳ ତାଙ୍କ ଘରରେ ଅଭିଯାନ ଜାରି ରଖିଛି। ଚଢ଼ାଉ ସମୟରେ ଅନେକ ଦଲିଲ ଓ ଅନ୍ୟାନ୍ୟ ଚିଠିପତ୍ର ଜବତ ହୋଇଥିବା ସୂଚନା ମିଳିଛି।

CBI ତଦନ୍ତ ଚାଲିଥିବା କାରଣରୁ ଏହି ମାମଲାର ଅଧିକ ତଥ୍ୟ ଆସନ୍ତା ଦିନରେ ସାମ୍ନାକୁ ଆସିପାରେ। ବେଆଇନ ଟଙ୍କା କାରବାର, ସରକାରୀ ଗୋଦାମ ମାଧ୍ୟମରେ ଅନିୟମିତତା ଓ ଅନ୍ୟାନ୍ୟ ଅଭିଯୋଗ ନେଇ CBI ଗଭୀର ତଦନ୍ତ କରୁଥିବାର ଅନୁମାନ ଦିଆଯାଉଛି।