Hot Posts

6/recent/ticker-posts

ସୁକ୍ମାରେ ମାଓବାଦୀଙ୍କ ଚକ୍ରାନ୍ତ ବିଫଳ, CRPF ଯବାନମାନେ ନିଷ୍କ୍ରିୟ କଲେ ୫ କିଲୋ ଆଇଇଡି ବୋମା

ମାଲକାନଗିରି, ୩/୩ : ଛତିଶଗଡ଼ର ସୁକ୍ମା ଜିଲ୍ଲାରେ ମାଓବାଦୀଙ୍କ ଦ୍ୱାରା ପୋତିଥିବା ଏକ ଆଇଇଡି ବୋମାକୁ CRPF ଯବାନମାନେ ଠିକ ସମୟରେ ଠାବ କରି ନଷ୍ଟ କରିଛନ୍ତି। ରବିବାର ରାଇଗୁଟ୍ଟା ପାହାଡ଼ ନିକଟରେ ମାଓବାଦୀ ଦମନ ଅଭିଯାନ ସମୟରେ ଏହି ବୋମା ମିଳିଥିଲା। ଅଧିକାରିକ ସୂଚନା ଅନୁସାରେ, ମାଓବାଦୀମାନେ ଏହି ୫ କିଲୋଗ୍ରାମ ଓଜନର ବୋମାଟିକୁ ଯବାନମାନଙ୍କୁ ଲକ୍ଷ୍ୟ କରି ଲଗାଇଥିଲେ। ତେବେ, ଯବାନମାନେ ସତର୍କତା ଅନୁସରେ ଏହାକୁ ଠାବ କରି, ସୁରକ୍ଷିତ ଭାବରେ ନିଷ୍କ୍ରିୟ କରି ଦେଲେ। ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ତଲାସି ଅଭିଯାନ ଆରମ୍ଭ କରାଯାଇଛି।ଗତ ଏକ ମାସରେ ମାଓବାଦୀମାନେ ଏହି ଅଞ୍ଚଳରେ ଆଇଇଡି ବିସ୍ଫୋରଣ କରି ଭୟ ସୃଷ୍ଟି କରିଥିଲେ। ପ୍ରାୟ ଛଅ ମାସ ପୂର୍ବେ, ଡୁବ୍ବାମାର୍କା ଗ୍ରାମରେ ମାଓବାଦୀମାନଙ୍କ ଏକ ବିସ୍ଫୋରଣ ଯୋଗୁ ଏକ ମହିଳା, କାୱାସି ସୁକ୍କୀ ନାମକ ଗ୍ରାମବାସୀଙ୍କ ମୃତ୍ୟୁ ଘଟିଥିଲା। ଏହି ପରଠାରୁ ଏକ ମାସ ମଧ୍ୟରେ ମାଓବାଦୀମାନେ ପୁଣି ଏଭଳି ଘଟଣା ଘଟାଇପାଇଁ ଚକ୍ରନ୍ତ ରଚିଥିଲେ।

CRPF ଏବଂ ରାଜ୍ୟ ପୁଲିସ ସଂଯୁକ୍ତ ଭାବେ ଅଞ୍ଚଳରେ ତଲାସି ଅଭିଯାନକୁ ଆଉ ଅଧିକ କଠୋର କରିଛନ୍ତି। ମାଓବାଦୀ ଗତିବିଧି ଉପରେ କଡ଼ା ନଜର ରଖି, ସମ୍ଭାବ୍ୟ ବିପଦକୁ ଏଡ଼ାଇବା ପାଇଁ ଯବାନମାନେ ସତର୍କତା ବଢ଼ାଇଛନ୍ତି।