EDLI ଯୋଜନାରେ ଏହି ମୁଖ୍ୟ ପରିବର୍ତ୍ତନ ଆଣାଯାଇଛି:
1️⃣ ସର୍ବନିମ୍ନ ବୀମା ରାଶି ଏବେ ୫୦,୦୦୦ ଟଙ୍କା
ପୂର୍ବରୁ, ଯଦି କୌଣସି କର୍ମଚାରୀ ଚାକିରିର ପ୍ରଥମ ବର୍ଷ ମଧ୍ୟରେ ମୃତ୍ୟୁ ବରଣ କରୁଥିଲେ, ତେବେ ତାଙ୍କ ପରିବାରକୁ ବୀମା ଲାଭ ମିଳୁନଥିଲା।ଏବେ ଏହି ସୀମା ହଟି ଯାଇଛି ଏବଂ କୌଣସି EPF ସଦସ୍ୟ ଯଦି ଚାକିରି ସମୟରେ ମୃତ୍ୟୁବରଣ କରନ୍ତି, ତାଙ୍କ ପରିବାର ଅନ୍ୟତମ ସୁବିଧାରେ ସହିତ ସର୍ବନିମ୍ନ ୫୦,୦୦୦ ଟଙ୍କା ରାଶି ପାଇବ।
2️⃣ EPF ଅବଦାନ ନ ଥିଲେ ମଧ୍ୟ ବୀମା ଲାଭ ମିଳିବ
ପୂର୍ବରୁ, ଯଦି EPF ସଦସ୍ୟ ଅବଦାନ ବନ୍ଦ କରିଥିଲେ ଏବଂ ମୃତ୍ୟୁ ବରଣ କରୁଥିଲେ, ତେବେ ତାଙ୍କ ପରିବାର କୌଣସି ସୁବିଧା ପାଉନଥିଲା।ଏବେ ଏହି ନିୟମ ହଟିଯାଇଛି। ଯଦି EPF ସଦସ୍ୟ ଅବଦାନ ବନ୍ଦ କରିଥିବା ଶେଷ ଛଅ ମାସ ମଧ୍ୟରେ ମୃତ୍ୟୁବରଣ କରନ୍ତି, ତେବେ ତାଙ୍କ ପରିବାର EDLI ଯୋଜନା ଅନ୍ତର୍ଗତ ଲାଭ ପାଇପାରିବ।
3️⃣ ଚାକିରି ମଧ୍ୟରେ ବ୍ୟବଧାନ ଥିଲେ ମଧ୍ୟ EDLI ଲାଭ ଦିଆଯିବ
ଏପର୍ଯ୍ୟନ୍ତ ଯେଉଁ କର୍ମଚାରୀମାନେ ଚାକିରି ପରିବର୍ତ୍ତନ ସମୟରେ ବ୍ୟବଧାନ ରଖୁଥିଲେ, ସେମାନେ EDLI ଲାଭରୁ ବଞ୍ଚିତ ହୋଇଥିଲେ।ନୂତନ ପରିବର୍ତ୍ତନ ଅନୁଯାୟୀ, ଯଦି ଦୁଇଟି ଚାକିରି ମଧ୍ୟରେ ଦୁଇ ମାସ ମଧ୍ୟରେ ବ୍ୟବଧାନ ଥିଲେ ମଧ୍ୟ, ଏହାକୁ ନିରନ୍ତର ସେବା ଭାବରେ ଗଣନା କରାଯିବ ଏବଂ କର୍ମଚାରୀଙ୍କ ପରିବାର EDLI ଲାଭ ଉପଭୋଗ କରିପାରିବ।
EPFO ର ଏହି ନୂଆ ପ୍ରସ୍ତାବ କର୍ମଚାରୀମାନଙ୍କ ଆର୍ଥିକ ସୁରକ୍ଷା ଜୋଗାଇବ ଏବଂ ସେମାନଙ୍କ ପରିବାର ନିମନ୍ତେ ବଡ଼ ସାହାଯ୍ୟ ହେବ। ଏହା ଅନେକ କର୍ମଚାରୀଙ୍କ ପାଇଁ ଜୀବନବୀମା ସୁରକ୍ଷାର ଏକ ନୂଆ ପଦକ୍ଷେପ ରୂପେ ସ୍ୱୀକୃତି ପାଇଛି।